ବାଥ୍ ଫଟୋଶୁଟ୍ କରି ଚର୍ଚ୍ଚାରେ କାଜଲ ଅଗ୍ରଓ୍ୱାଲ, ଟ୍ରୋଲ୍ କଲେ ୟୁଜର

Published By : Prameya-News7 Bureau | March 08, 2020 IST

ମୁମ୍ବାଇ, ୦୮|୦୩:   ସାଉଥ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ ନିଜର କ୍ୟାରିୟର ଓ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟରେ ଇନଷ୍ଟାଗ୍ରାମରେ ସେ ଏପରି କିଛି ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ଅନ୍ୟ ୟୁଜରମାନେ ଖରାପ କମେଣ୍ଟ କରିଛନ୍ତି। ଏହି ଫଟୋକୁ କାଜଲ ସ୍ୱିମିଂ ପୁଲ ଓ ସମୁଦ୍ର କୂଳରେ ଉଠାଇଛନ୍ତି। ଏଥିରେ ସେ ଗାଧୋଉଥିବା ନଜର ଆସିଛନ୍ତି। କିଛି ଟ୍ରୋଲର୍ସ ତାଙ୍କ ପୋଷାକକୁ ନେଇ ଟ୍ରୋଲ କରିଛନ୍ତି।

wp:core-embed/instagram {"url":"https://www.instagram.com/p/B6XinLIH8-J/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B6XinLIH8-J/?utm_source=ig_embed
/wp:core-embed/instagram

ଅନେକ ସୋସିଆଲ ମିଡିଆ ୟୁଜର ଏହି ଫଟୋକୁ ଅତି ସୁନ୍ଦର ବୋଲି କହିଛନ୍ତି। ଏପରିକି ଏହା ଡିଫରେଣ୍ଟ୍ ଲୁକ ବୋଲି କେହି କହିଛନ୍ତି। ଆଉ କେହି ଆପଣଙ୍କୁ ଏଭଳି ଦେଖି ଜୀବନ ବଦଳି ଗଲା ବୋଲି କମେଣ୍ଟ କରିଛନ୍ତି। କିଛି ୟୁଜର ଅତି ଖରାପ କମେଣ୍ଟ ମଧ୍ୟ କରିଛନ୍ତି।

wp:core-embed/instagram {"url":"https://www.instagram.com/p/B6XivqMHO6z/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B6XivqMHO6z/?utm_source=ig_embed
/wp:core-embed/instagram

ସୂଚନାଯୋଗ୍ୟ, କାଜଲ ଅଗ୍ରଓ୍ୱାଲ ଯେବେ ବଲିଉଡରେ ପ୍ରବେଶ କରିଥିଲେ, ସେହି ସମୟରେ ଅନେକ ଅଭିନେତ୍ରୀଙ୍କୁ ପଛରେ ପକାଇ କିଛି ଦିନ ବିଟାଉନରେ ରାଜୁତି କରିଥିଲେ। ସେ ସିଙ୍ଘମରେ ଅଜୟ ଦେବଗନଙ୍କ ସହ ଲିଡ ରୋଲରେ ନଜର ଆସିଥିଲେ। ତାଙ୍କ ରୋଲକୁ ସମସ୍ତେ ପସନ୍ଦ କରିଥାନ୍ତି।

wp:core-embed/instagram {"url":"https://www.instagram.com/p/B6XJdydHR72/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B6XJdydHR72/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.