Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ସୁକେଶ ଚନ୍ଦ୍ରଶେଖରଙ୍କୁ ଡେଟ୍ କରୁଛନ୍ତି ଜ୍ୟାକ୍‌ଲିନ୍‌ ! ଭାଇରାଲ ହେଉଥିବା ଫଟୋକୁ ନେଇ ଚାଲିଛି ଚର୍ଚ୍ଚା…

28/11/2021 at 8:05 AM

ନୂଆଦିଲ୍ଳୀ ୨୮।୧୧ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ପର୍ଣ୍ଣାଡିଜଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ସହ ତାଙ୍କର ନିବିଡ଼ତାକୁ ନେଇ ହଇଚଇ ଲାଗି ରହିଥିବା ବେଳେ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ତେବେ କିଏ ଏହି ସୁକେଶ ଚନ୍ଦ୍ରଶେଖର? ବେଙ୍ଗାଲୁରୁରେ ରହୁଥିବା ଚନ୍ଦ୍ରଶେଖର ୧୭ ବର୍ଷ ବୟସରେ ଠକେଇ କାମ ଆରମ୍ଭ କରିଥିଲା । ତାର କଳା କାରନାମା ପ୍ରଥମେ ବେଙ୍ଗାଲୁରୁରେ ଓ ପରେ ଚେନ୍ନାଇରେ ପହଞ୍ଚିଥିଲା । ଏହାପରେ ସେ ବଡ଼ ସହରକୁ ଯାଇ ଅନେକ ବଡ଼ ବଡ଼ ବ୍ୟବସାୟୀଙ୍କୁ ଠକିଛି । ଚନ୍ଦ୍ରଶେଖର, ବାଲାଜୀ ନାମରେ ମଧ୍ୟ ପରିଚିତ । ଚାକିରୀ ଦେବା ନାମରେ ଲୋକଙ୍କୁ ଠକେଇର ଶିକାର ବନାଇଛି । ନିଜକୁ ରାଜନେତାଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ୧୦୦ ଜଣରୁ ଅଧିକ ଲୋକଙ୍କ ଠାରୁ ୭୫ କୋଟି ଟଙ୍କାର ଠକେଇ କରିଛି ।

୨୦୦ କୋଟି ଠକେଇ କରିଥିବା ମାମଲାରେ ଜେଲରେ ଥିବା ସୁକେଶଙ୍କ ସହ ଜ୍ୟାକଲିନଙ୍କ ଏକ ରୋମାଣ୍ଟିକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୁକେଶଙ୍କ କୋଳରେ ଜ୍ୟାକଲିନ ବସିଥିବା ବେଳେ ସେ ତାଙ୍କୁ ପଛପଟୁ କିସ୍‌ କରୁଛନ୍ତି। ଏଥିସହ ସୁକେଶ ଏହାର ସେଲଫି ମଧ୍ୟ ନେଉଛି। ଏହି ଫଟୋରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି। ଚେନ୍ନାଇର ଜଣେ ବଡ଼ ବ୍ୟବସାୟୀ ଭାବେ ପରିଚୟ ଦେଇ ସୁକେଶ ପ୍ରଥମେ ଜ୍ୟାକଲିନଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା। ଏହାପରେ ସେ କୋଟି ଟଙ୍କା ମୂଲ୍ୟର ଉପହାର ଦେଇ ଜ୍ୟାକଲିନଙ୍କ ମନ କିଣିଥିଲେ। କିନ୍ତୁ ଫଟୋ ଭାଇରାଲ ହେବା ପରେ ଜ୍ୟାକଲିନଙ୍କ ବଢ଼ିଛି ଅଡ଼ୁଆ ।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଏପ୍ରିଲ-ମେ’ରେ ଏହି ଫଟୋ ଉଠା ଯାଇଛି। ସୁକେଶ ଅନ୍ତରୀଣ ଜାମିନରେ ଜେଲରୁ ବାହାରିଥିବା ବେଳେ ଜ୍ୟାକଲିନଙ୍କୁ ଭେଟିଥିଲା। ଚେନ୍ନାଇରେ ଉଭୟ ପରସ୍ପରୁ ୪ଥର ଦେଖା କରିଛନ୍ତି। ଏପରି କି ସୁକେଶ ଅଭିନେତ୍ରୀ ଜ୍ୟାକଲିନଙ୍କ ପାଇଁ ପ୍ରାଇଭେଟ ଜେଟ୍‌ର ବ୍ୟବସ୍ଥା ମଧ୍ୟ କରିଥିଲେ। ସେ ଯେଉଁ ଫୋନ ବ୍ୟବହାର କରୁଥିଲେ ସେଥିରେ ଇସ୍ରାଏଲର ସିମ୍ କାର୍ଡ ବ୍ୟବହାର କରି ୨୦୦ କୋଟିର ବଟି ଆଦାୟ କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜାମିନରେ ବାହାରିବା ପରେ ମଧ୍ୟ ସୁକେଶ ସମାନ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲା। ଏହି ସମୟରେ ୨୦୦ କୋଟି ଠକେଇ ମାମଲାରେ ଇଡି ତାଙ୍କୁ ପ୍ରାୟ ୭ ଘଣ୍ଟା ଧରି ଜେରା କରିଥିଲା। ସୁକେଶ ଓ ତାଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ବିଷୟରେ ତାଙ୍କୁ ପଚାରା ଉଚରା କରାଯାଇଥିଲା। ଏହି କାରଣକୁ ନେଇ ଗତ ମାସରେ ଜ୍ୟାକଲିନଙ୍କୁ ଇଡି ସମନ କରିଥିଲା। କୁହଯାଉଛି ଯେ, ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପନ୍ଧ ଥିଲା । କିନ୍ତୁ ଜ୍ୟାକ୍‌ଲିନ୍‌ଙ୍କ ତରଫରୁ ଏହି ସବୁ କଥାକୁ ଖଣ୍ଡନ କରାଯାଇଛି ।

   Related Posts