ଅଭିନେତ୍ରୀ ହିନା ଖାନଙ୍କ ପିତାଙ୍କ ଦେହାନ୍ତ

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪ : କରୋନା ମହାମାରୀ ଭିତରେ ଲଗାତାର ଭାବେ ଦୁଃସମ୍ବାଦ ଆସିବାରେ ଲାଗିଛି । ଟିଭି ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ଖରାପ ଖବର ଆସି ପହଞ୍ଚିଛି । ଅଭିନେତ୍ରର ହିନା ଖାନଙ୍କ ପିତାଙ୍କର ଦେହାନ୍ତ ହୋଇଛି । ହୃଦଘାତ ଯୋଗୁଁ ହିନା ଖାନଙ୍କ ପିତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ଅଭିନେତ୍ରୀ ହିନା ଖାନ ତାଙ୍କ ପିତାଙ୍କୁ ବହୁତ ଭଲ ପାଉଥିଲେ । ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ସେ ତାଙ୍କ ପିତାଙ୍କ ସହିତ ଫଟୋ ମଧ୍ୟ ସେୟାର କରିଥାନ୍ତି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.