Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

10/05/2021 at 5:15 PM

ମଥୁରା ୧୦।୫: ଭେଟେରାନ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀଙ୍କ ୪୦ ବର୍ଷର ପୁରୁଣା ବ୍ୟକ୍ତିଗତ ସଚିବ ମାର୍କଡେୟ ମେହେଟ୍ଟାଙ୍କର କରୋନା ସଂକ୍ରମଣରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ହେମାମାଳିନୀ ଟ୍ବିଟରରେ ଏ ନେଇ ସୂଚନା ଦେଇଛନ୍ତି । ସେ ତାଙ୍କ ସଚିବଙ୍କ ସହ ନଇଥିବା ଏକ ପୁରୁଣା ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ହେମାମାଳିନୀ ଟ୍ବିଟ୍ କରି କରିଛନ୍ତି ଯେ, ହୃଦୟର ସହ ମୁଁ ମୋର ୪୦ ବର୍ଷର ପୁରୁଣା ସଚିବ ମେହେଟ୍ଟା ଜୀଙ୍କୁ ବିଦାୟ ଦେଉଛି । ଯିଏକି ବହୁତ ପରିଶ୍ରମୀ ଏବଂ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ଥିଲେ । ସେ ଆମ ପରିବାରର ଅଂଶ ଥିଲେ ଏବଂ କରୋନା ସଂକ୍ରମଣ ଯୋଗୁଁ ଆମେ ତାଙ୍କୁ ହରାଇଲୁ । କେହି ତାଙ୍କ ସ୍ଥାନ ପୂରଣ କରିପାରିବେ ନାହିଁ ।

ସାଂସଦଙ୍କ ସ୍ଥାନୀୟ ପ୍ରତିନିଧି ଜନାର୍ଦ୍ଦନ ଶର୍ମା କହିଛନ୍ତି ଯେ, ମାର୍କଡେୟ ମେହେଟ୍ଟା ମୂଳତଃ ଜଣେ ସାଉଣ୍ଡ ରେକର୍ଡିଷ୍ଟ ଥିଲେ । ସେ ୧୯୭୧ ମସିହାରେ ହେମାମାଳିନୀଙ୍କ ସହ ସଂପର୍କରେ ଆସିଥିଲେ। ତେବେ ସେ ୧୯୮୧ ମସିହାରୁ ଅଭିନେତ୍ରୀଙ୍କ ସଚିବ ଭାବେ କାମ କରିବାକୁ ଆରମ୍ଭ କରିଥିଲେ ।

କୁହାଯାଉଛି ଯେ, ତାଙ୍କ ପରିବାରରେ ତାଙ୍କ ଝିଅ ଏବଂ ଜ୍ବାଇଁ ଥିଲେ । ସେମାନେ ୩ ଜଣ ଏକାବେଳେ କରୋନା ସଂକ୍ରମିତ ହୋଇଥିଲେ । ଝିଅ ସୁସ୍ଥ ହୋଇଗଲେ କିନ୍ତୁ ଏକ ସପ୍ତାହ ପୂର୍ବେ ତାଙ୍କ ଜ୍ବାଇଁଙ୍କର ମୃତ୍ୟୁ ହୋଇଥିଲା । ହେମାଳିନୀଙ୍କ ବଡ ଝିଅ ଇଶା ଦେଓଲ ମଧ୍ୟ ଟ୍ବିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।

   Related Posts