ଶୀଘ୍ର ବଡ ହୋଇ ଅଭିନେତ୍ରୀ ହେବା ପାଇଁ ହର୍ମୋନ ଇଞ୍ଜେକ୍ସନ ନେଇଥିଲେ ହଂସିକା : ୪ବର୍ଷରେ ଶିଶୁ କଳାକାରରୁ ଅଭିନେତ୍ରୀ

Published By : Prameya-News7 Bureau | April 11, 2019 IST

ମୁମ୍ବାଇ ୧୧/୪ : ହଂସିକା ମୋଟୱାନି ଦକ୍ଷିଣ ଫିଲ୍ମ ଜଗତର ଜଣେ ନାମୀ ଅଭିନେତ୍ରୀ | ସେ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି | ହଂସିକା ଶିଶୁ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ | ସେ ଅନେକ ସିରିଏଲରେ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି | ହିନ୍ଦୀ ଫିଲ୍ମ 'କୋଈ ମିଲ ଗୟା'ରେ ଶିଶୁ କଳାକାର ଥିଲେ | ଶିଶୁ କଳାକାର ଭାବେ ଦର୍ଶକ ତାଙ୍କୁ ବେଶ ପସନ୍ଦ କରିଥିଲେ | ୨୦୦୭ ମସିହାରେ ହ୍ୱିମେସ ରସମୀୟାଙ୍କ ସହ ତାଙ୍କର ଫିଲ୍ମ 'ଆପକା ସୁରୁର' ହିଟ ହୋଇଥିଲା | ତଥାପି ବଲିଉଡରେ ତାଙ୍କୁ କିଛି ବିଶେଷ ସଫଳତା ମିଳିନଥିଲା |

{"id":102492}


୨୦୦୩ ମସିହାରେ ହଂସିକା କୋଈ ମିଲ ଗୟା ଚଳଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ | କିନ୍ତୁ ୨୦୦୭ରେ ଯେତେବେଳେ ଦର୍ଶକ ତାଙ୍କୁ 'ଆପକା ସୁରୁର'ର ଅଭିନେତ୍ରୀ ଭାବେ ଦେଖିଥିଲେ ଚମକି ଯାଇଥିଲେ | ସେତେବେଳେ ହଂସିକାଙ୍କୁ ୧୫ ବର୍ଷ ବୟସ ହୋଇଥିଲା | ସେତେବେଳେ ସେ, ଫିଲ୍ମରେ ନିଜଠାରୁ ୧୮ ବର୍ଷ ବଡ ହିମେସଙ୍କ ସହ ରୋମାନ୍ସ କରିଥିଲେ |

{"id":102496,"width":580,"height":348}

ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ମାତ୍ର କିଛି ବର୍ଷ ଭିତରେ ହଂସିକା ଏତେ ବଡ କେମିତି ହୋଇଗଲେ | ତେବେ ହଂସିକା ଶୀଘ୍ର ବଡ ହୋଇ ଅଭିନେତ୍ରୀ ହେବା ପାଇଁ ହର୍ମୋନ ଇଞ୍ଜେକ୍ସନ ନେଇଛନ୍ତି ବୋଲି ସେତେବେଳେ ଅପପ୍ରଚାର ହୋଇଥିଲା | ହଂସିକା ନିଜେ କେବେ ଏନେଇ ସ୍ପଷ୍ଟ କରିନାହାନ୍ତି | ୨୦୦୭ ମସିହାରେ ହଂସିକାଙ୍କୁ ଦେଖିନି ଫିଲ୍ମ 'ଦେଶମୁଦୁର' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା |

{"id":102494}


ସୂଚନାଯୋଗ୍ୟ ଯେ, ହଂସିକାଙ୍କ ମା' ଜଣେ ତ୍ୱଚା ବିଶେଷଜ୍ଞ | ୨୦୧୫ ମସିହାରେ ହଂସିକାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା | ସେହି ମୁହୂର୍ତ୍ତ ତାଙ୍କ ଜୀବନର ସବୁଠାରୁ କଷ୍ଟକର ସମୟ ଥିଲା | ସୋସିଆଲ ମିଡ଼ିଆରେ ହଂସିକାଙ୍କ ଏକ ବାଥରୁମ ଭିଡିଓ ଭାଇରାଲ ହୋଇଥିଲା |

{"id":102495}

କିନ୍ତୁ ପରେ ଜଣାପଡିଥିଲା ଯେ, ଭାଇରାଲ ହୋଇଥିବା ଭିଡିଓ ତାଙ୍କର ନୁହେଁ ଆଉ କାହାର ଥିଲା | ୩୦ ଜଣ ସ୍ତନ କର୍କଟ ରୋଗରେ ପୀଡିତ ମହିଳାଙ୍କ ଖର୍ଚ୍ଚ ଉଠାଇ ହଂସିକା ୨୦୧୪ ମସିହାରେ ନିଜ ନାଁ ଫୋର୍ବସ ତାଲିକା ଅନ୍ତର୍ଭୂକ୍ତ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.