Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଜେଲ୍ ରେ ଅସୁସ୍ଥ ହେଲେ ଅଭିନେତ୍ରୀ ଗହନା ବଶିଷ୍ଠ, ଅଶ୍ଳୀଳ ଭିଡିଓ ସୁଟ୍ କରୁଥିବା ମାମଲାରେ ହୋଇଥିଲେ ଗିରଫ୍

9/03/2021 at 12:05 PM

ମୁମ୍ବାଇ ୦୯/୦୩: ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ଗହନା ବଶିଷ୍ଠ ବାଇକୁଲ୍ଲା ଜେଲରେ ଅସୁସ୍ଥ ହୋଇପଡିଛନ୍ତି । ଜେଲ୍ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି । ସୂଚନା ଅନୁଯାୟୀ, ଟିଭି ଅଭିନେତ୍ରୀ ଗହନା ବଶିଷ୍ଠ ବହୁତ ଅସୁସ୍ଥ ଅଛନ୍ତି । ଗତ ମାସରେ ଅଭିନେତ୍ରୀ ବହନା ବଶିଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ପଚରାଉଚରା କରିଥିବା କ୍ରାଇମ୍ ବ୍ରାଞ୍ଚର ଛଅ ଜଣ ଅଧିକାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ ରେ ରଖାଯାଇଥିଲା । ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ଅଶ୍ଳୀଳ ଭିଡିଓ ସୁଟିଂ ଏବଂ ଅପଲୋଡ୍ ଅଭିଯୋଗରେ ଗିରଫ କରାଯାଇଥିଲା ।

Gehana Vasisth Wallpaper 1920x1080 62727 - Baltana

ଗହନାଙ୍କ ଟିମ୍ ଏକ ବୟାନରେ କହିଛନ୍ତି, ‘ଗହନା ଗୋଟିଏ ବର୍ଷରେ ଚାରିଥର ହୃଦଘାତରେ ପୀଡିତ ହୋଇଥିଲେ । ତାଙ୍କର ଶ୍ୱାସରୋଗ ଅଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଜଟିଳ । ମାନବିକତା ଦୃଷ୍ଟିରୁ ମୁମ୍ବାଇ ପୋଲିସ ତାଙ୍କ ସହିତ ଭଲ ବ୍ୟବହାର କରିବା ଉଚିତ୍ । ସେ ଅପରାଧୀ ନୁହଁନ୍ତି । ସେ କୌଣସି ଅଶ୍ଳୀଳ କାର୍ଯ୍ୟ କରିନାହାଁନ୍ତି । ଜଣେ କଳାକାର କିମ୍ବା ନିର୍ଦ୍ଦେଶକଙ୍କ ସୃଜନଶୀଳ ଏବଂ କଳାତ୍ମକ ଅଭିବ୍ୟକ୍ତିରେ ରାଜ୍ୟ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ।‘ ନଭେମ୍ବର ୨୦୧୯ ରେ, ସେ ଏକ ସପ୍ତାହ ପାଇଁ ଭେଣ୍ଟିଲେଟରରେ ଥିଲେ ଏବଂ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କର ସୁଗାର ଲେବଲ୍ ୫୦୦ ରୁ ଅଧିକ । ଯେତେବେଳେ ତାଙ୍କୁ ଗିରଫ କରାଯାଇଥିଲା ସେତେବେଳେ ତାଙ୍କର ସୁଗାର ଲେବଲ୍ ୬୦୦ ଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ବୋଲି ତାଙ୍କ ବ୍ୟକ୍ତିଗତ ଡାକ୍ତର କହିଛନ୍ତି ।

Actress-model arrested for porn video racket in Mumbai | People News | Zee  News

ଗହନା ଅଲ୍ଟ ବାଲାଜୀଙ୍କ ୱେବ୍ ସିରିଜ୍ ‘ଗନ୍ଦୀ ବାତ୍’ରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ଷ୍ଟାର୍ ପ୍ଲସ୍ ସିରିଏଲ୍ ‘ବେହେନ୍’ରେ କାମ କରିଥିଲେ । ଗହନା ବଶିଷ୍ଠ ଏ ପର୍ଯ୍ୟନ୍ତ ପ୍ରାୟ ୭୦-୮୦ ବିଜ୍ଞାପନରେ କାମ କରିଛନ୍ତି । ଏଥି ସହିତ ୩୦ ଟି ସାଉଥ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ ବଡ ପରଦାରେ କ୍ରିକେଟ୍ ବିଶ୍ୱକପ୍ ୨୦୧୫ ରେ ଯୋଗରାଜ ସିଂ ଏବଂ ଅତୁଲ ଭାସନଙ୍କ ଏକ ଶୋ କୁ ମଧ୍ୟ ଆୟୋଜନ କରିଥିଲେ । ତାଙ୍କ ଶୋକୁ ଫ୍ୟାନ୍ସମାନଙ୍କର ମଧ୍ୟ ଖୁବ୍ ଭଲପାଇବା ମିଳିଥିଲା ।

   Related Posts