ପୋଲିସ୍‌ ବିରୋଧରେ ଅଭିନେତ୍ରୀଙ୍କ ଗୁରୁତର ଅଭିଯୋଗ, ଜେଲ୍‌ରୁ ମୁକୁଳାଇବାକୁ ମାଗିଥିଲେ ୧୫ ଲକ୍ଷ

Published By : Prameya-News7 Bureau | July 31, 2021 IST

ମୁମ୍ବାଇ ୩୧/୦୭: ପର୍ଣ୍ଣ ଫିଲ୍ମ ମାମଲାରେ ପୂର୍ବରୁ ଗିରଫ ହୋଇ ୪ମାସ ଜେଲ୍ ଭୋଗି ସାରିଥିବା ଗହନା ବସିଷ୍ଟ ମୁମ୍ୱାଇ ପୋଲିସ୍ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। ମୁମ୍ୱାଇ ପୋଲିସ ତାଙ୍କୁ ଜେଲ୍‌ରୁ ମୁକୁଳାଇବାକୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା ବୋଲି ଗହନା ଅଭିଯୋଗ କରିଛନ୍ତି। ଏନେଇ ସେ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ହ୍ୱାଟ୍ସଆପ୍ ଚାଟ ମଧ୍ୟ ଦେଖାଇଛନ୍ତି। ମୁମ୍ବାଇ ପୋଲିସକୁ ଦେବାକୁ ସେମାନେ ୮ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ବୋଲି ଗହନା କହିଛନ୍ତି। ସୂଚନା ଥାଉକି ଫେବ୍ରୁଆରୀରେ ଗିରଫ ହୋଇଥିଲେ ଗହନା । ବର୍ତ୍ତମାନ ସେ ଜାମିନ୍‌ରେ ଅଛନ୍ତି ।  

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଦେଇଥିବା ସୂଚନା ଅନୁସାରେ, ଗହନା କହିଛନ୍ତି “ସେମାନେ ମୋତେ ଛାଡ଼ିଦେବାକୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ। ମୁଁ କିଛି ଭୁଲ କରିନଥିଲି ବୋଲି ପୋଲିସଙ୍କୁ କହିଥିଲି। ଏହାପରେ ସେମାନେ କହିଥିଲେ ଆମେ ଯେ କୌଣସି ଲୋକ ଉପରେ କେସ୍‌ କରିପାରୁ।”

ଏପଟେ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଗହନା ବଶିଷ୍ଟଙ୍କ ବିରୋଧରେ ପୁଣି ଏକ ମାମଲା କରିଛି। ଗେହେନାଙ୍କ ବ୍ୟତୀତ ଏହି ମାମଲରେ ପ୍ରଯୋଜକ ରାଜ କୁନ୍ଦ୍ରାଙ୍କ ବିରୋଧରେ ମାମଲା ହୋଇଛି । କୁନ୍ଦ୍ରା ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି । ଅନ୍ୟପଟେ ଶେର୍ଲିନ ଚୋପ୍ରାଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଏହି ମାମଲାରେ ପୋଲିସର ସମନକୁ ଚ୍ୟାଲେଞ୍ଜ କରି ଗହନା କୋର୍ଟରେ ବେଲ୍ ଆବେଦନ କରିଥିଲେ । ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.