କରୋନା ଯୁଦ୍ଧରେ ହାରିଗଲେ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଦିବ୍ୟା ଭଟନାଗର

Published By : Prameya-News7 Bureau | December 07, 2020 IST

ମୁମ୍ବାଇ ୭।୧୨: ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ବଡ ଝଟକା । ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଛି । କିଛି ଦିନ ହେଲା ଦିବ୍ୟା ଭେଣ୍ଟିଲେଟରରେ ରହିଥିଲେ । ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଛନ୍ତି ଦିବ୍ୟା । ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ଗୁଲାବୋ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲେ ।

{"id":373775,"width":569,"height":474,"sizeSlug":"large"}

ଦିବ୍ୟା କରୋନା ଭାଇରସ୍ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଗୋରେଗାଓଁ ସ୍ଥିତ ଏସଆରଭି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନିମୋନିଆ ହୋଇଥିବା ଜଣାପଡିଥିଲା । ଦିବ୍ୟାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ତାଙ୍କ ଅକ୍ସିଜେନ୍ ଲେଭଲ କମ୍ ରହୁଥିଲା । ଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଭେଣ୍ଟିଲେଟରରେ କିଛି ଦିନ ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ଦିବ୍ୟା ।

{"id":373776,"sizeSlug":"large"}

ଦିବ୍ୟାଙ୍କ ପରଲୋକରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅନେକ ଅଭିନେତା, ଅଭିନେତ୍ରୀ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଗତବର୍ଷ ଡିସେମ୍ବରରେ ଦିବ୍ୟାଙ୍କ ବିବାହ ହୋଇଥିଲା । ‘ୟୈ ରିସ୍ତା କ୍ୟା କେହଲାତା ହୈ’ ବ୍ୟତୀତ ଟିଭି ଶୋ’ ‘ତେରା ୟାର ହୁଁ ମୈ’ ରେ ମଧ୍ୟ କାମ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.