ଫିଲ୍ମ ‘ରାଧେ’ରେ ଜ୍ୟାକି ସ୍ରଫଙ୍କ ଭଉଣୀ ଭୂମିକାରେ ନଜର ଆସିବେ ଦିଶା ପଟାନୀ !

Published By : Prameya-News7 Bureau | January 07, 2021 IST

ମୁମ୍ବାଇ ୭।୧: ଫିଲ୍ମ ‘ରାଧେ’ରେ ନଜର ଆସିବେ ଅଭିନେତ୍ରୀ ଦିଶା ପଟାନୀ । ସେ ଅଭିନେତା ଟାଇଗର ସ୍ରଫଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳୁଛି । କିନ୍ତୁ ‘ରାଧେ’ର ସେଟ୍ ଉପରେ । ମିଳିଥିବା ସୂଚନା ଅନୁସାରେ ସଲମାନ ଖାନଙ୍କ ଚଳଚିତ୍ର ‘ରାଧେ’ରେ ଦିଶା ପାଟାନୀ, ଜ୍ୟାକି ସ୍ରଫଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି ।

ପୂର୍ବରୁ ‘ଭାରତ’ ଚଳଚିତ୍ରରେ ଉଭୟ ଅଭିନୟ କରିଥିଲେ ସତ, କିନ୍ତୁ ଏକାସହ କୌଣସିଥିରେ ଅଭିନୟ କରିନଥିଲେ । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚିତ୍ରରେ ପଟାନୀ ଏବଂ ସର୍ଫଙ୍କର ଏକାଠି ଅନେକ ଦୃଶ୍ୟ ରହିଛି । ଉଭୟ ପରସ୍ପର ସହ କାମ କରିବା ପାଇଁ ସୁଯୋଗ ପାଇଛନ୍ତି । ଚଳଚିତ୍ର ‘ଭାରତ’ରେ ସ୍କ୍ରିନ ସେୟାର କରିବାର ସୁଯୋଗ ପାଇନଥିଲେ । କିନ୍ତୁ ବର୍ତ୍ତମାନ ‘ରାଧେ’ରେ ସେମାନଙ୍କୁ ଏକାଧିକ ଦୃଶ୍ୟରେ ବଡ ଭାଇ ଏବଂ ସାନ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.