ଗଳାରେ ସାପ ପକାଇ ଫଟୋ ଉଠାଉଥିଲେ ଏହି ଅଭିନେତ୍ରୀ, ଗଳାକୁ ଚାପିଦେଲା ସାପ, ଆଉ ତାପରେ…

Published By : Prameya-News7 Bureau | June 05, 2019 IST

ବଲିଉଡ୍ ହେଉ କି ଟେଲିଭିଜନ ନିଜ ଶୋ ଏବଂ ଫିଲ୍ମକୁ ହିଟ୍ କରାଇବା ଏବଂ ଦର୍ଶକଙ୍କ ହୃଦୟରେ ରହିବା ପାଇଁ ଅଭିନେତା ଅଥବା ଅଭିନେତ୍ରୀ ବହୁତ ଦୁଃସାଧ୍ୟ କାର୍ଯ୍ୟ କରିଥାନ୍ତି । ଅଭିନେତା ଅଥବା ଅଭିନେତ୍ରୀ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ସବୁ ପ୍ରକାରର ରିସ୍କ ଉଠାଇବାକୁ ପଛାଇନଥାନ୍ତି । ଏମିତିରେ ନିଜର ଆଗାମୀ ଫିଲ୍ମ ‘ହିପି’ ପାଇଁ ଶ୍ରୀଲଙ୍କାରେ ସୁଟିଂ କରୁଥିବାବେଳେ ଦିଗାଙ୍ଗନା ସୂର୍ଯ୍ୟବଂଶୀଙ୍କ ବେକକୁ ଏକ ଅଜଗର ସାପ ଚାପିଦେଇଥିଲା ।

{"id":119855}

ଶ୍ରୀଲଙ୍କାରେ ଏଭଳି ଘଟଣା କିଛି ନୂଆ କଥା ନୁହେଁ । ସେଠାରେ ସାପ କେଳାମାନେ ଟୋକରିରେ ସାପ ଧରି ବୁଲୁଥିବାର ଆପଣ ଦେଖିବାକୁ ପାଇବେ । ଏମିତିରେ ଜଣେ କେଳା ଦିଗାଙ୍ଗନାଙ୍କ ଆଗାମୀ ଫିଲ୍ମ ହିପି ର ସୁଟିଂ ଚାଲୁଥିବା ସ୍ଥାନରେ ପହଞ୍ଚି ଯାଇଥିଲା ।

{"id":119856}

ଅଭିନେତ୍ରୀ ଦିଗାଙ୍ଗନା ସେଠାରେ ସାପ ସହିତ ଫଟୋ ଉଠାଇବା ପାଇଁ କେଳାଠାରୁ ଅଜଗର ସାପ ନେଇ ନିଜ ଗଳାରେ ପକାଇଥିଲେ । ସାପ ସହ କିଛି ଫଟୋ ମଧ୍ୟ ଉଠାଇଥିଲେ ।

{"id":119857}

ଏତିକିବେଳେ ହଠାତ୍ ଦିଗାଙ୍ଗନା ଗଳାରେ ପକାଇଥିବା ଅଜଗର ସାପ ତାଙ୍କ ଗଳାକୁ ଚାପିବା ଆରମ୍ଭ କରିଦେଇଥିଲା । ସେହି ସମୟରେ ଅଭିନେତ୍ରୀ ଦିଗାଙ୍ଗନା ସାହାସର ସହିତ ସାପକୁ ଗଳାରୁ କାଢି ଦେଇଥିଲେ । ଫଳରେ ସାପ ତାଙ୍କ ଗଳାକୁ ଚାପିବାରେ ଅସଫଳ ହେବା ସହ ନିଶ୍ଚିତ ଏକ ବଡ ଅଘଟଣ ଘଟିବାରୁ ବର୍ତ୍ତି ଯାଇଥିଲା ।

{"id":119858}

ସୂଚନା ଅନୁସାରେ ନିଜର ଆଗାମୀ ଫିଲ୍ମ ହିପି ସହ ବଡ ପରଦାରେ ଖୁବ୍ ଶୀଘ୍ର ନଜର ଆସିବେ ଅଭିନେତ୍ରୀ ଦିଗାଙ୍ଗନା । ଟେଲିଭିଜନର ଲୋକପ୍ରିୟ ଧାରାବାହିକ ବୀରାରେ ଦିଗାଙ୍ଗନା ନିଜର ଯାଦୁ ଦେଖାଇ ସାରିଛନ୍ତି । ଏବେ ତାଙ୍କର ଫ୍ୟାନ୍ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା କରି ବସିଛନ୍ତି । ଫିଲ୍ମର ପୋଷ୍ଟର ମଧ୍ୟ ଦିଗାଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.