ଡ୍ରଗ୍ସ କାରବାରରେ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ରାହିଲା ଏବଂ ତାଙ୍କ ଭଉଣୀଙ୍କୁ ଗିରଫ କଲା ଏନସିବି ! ୨୦୦ କି.ଗ୍ରା. ଗଞ୍ଜେଇ ଜବତ

Published By : Prameya-News7 Bureau | January 11, 2021 IST

ମୁମ୍ବାଇ ୧୧।୧: ଡ୍ରଗ୍ସ ମାମଲାରେ ଏନସିବିର ତଦନ୍ତ ପରିସର କ୍ରମାଗତ ଭାବରେ ବୃଦ୍ଧି ପାଇଚାଲିଛି | ଜଣଙ୍କ ପରେ ଜଣେ ବଲିଉଡ ସେଲିବ୍ରିଟିଙ୍କ ନାମ ଏନସିବିର ସ୍କାନରକୁ ଆସୁଛି | ଖବର ଅନୁଯାଇ ଅଭିନେତ୍ରୀ ଦିଆ ମିର୍ଜାଙ୍କ ପୂର୍ବତନ ମ୍ୟାନେଜରଙ୍କୁ ଏବେ ଏନସିବି ଗିରଫ କରିଛି | ସୂଚନା ଅନୁସାରେ ଶନିବାର ରାତିରେ ଏନସିବି  ଚାରି ଜଣଙ୍କୁ ଗିରଫ କରିବା ସହ  ବିପୁଳ ଗଂଜେଇ ମଧ୍ୟ ଜବତ କରିଛି | ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦିଆ ମିର୍ଜା ଙ୍କ ପୂର୍ବତନ  ମ୍ୟାନେଜର ରହିଲା ଫର୍ନିଚର ବାଲାଙ୍କ ସହ ତାଙ୍କ ଭଉଣୀ ସାହିସ୍ତା ଥିବା ଜଣାପଡିଛି |

{"id":390537,"sizeSlug":"large","linkDestination":"none"}

ଏହି ମାମଲାରେ ଏନସିବିର ତଦନ୍ତ ଜାରି ରହିଛି | ଏନସିବି ପକ୍ଷରୁ କୁହାଯାଇଛି, ବାନ୍ଦ୍ରା ୱେଷ୍ଟରେ ଏକ କୋରିଅରରୁ ଗଂଜେଇ ଜବତ କରାଯାଇଛି | ଏହା ପରେ ଅନୁସନ୍ଧାନ ଜରିଆରେ କରନ ସଜନାନୀଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଛି | ସେଠାରୁ କିଛି ସୂଚନା ଆଧାରରେ ଏନସିବି ରହିଲା  ଫର୍ନିଚର ବାଲାଙ୍କ ଘରେ  ପହଞ୍ଚିଥିଲା |  ରହିଲା ଏବଂ ତାଙ୍କ ଭଉଣୀଙ୍କ ପାଖରୁ ମଧ୍ୟ ଗଂଜେଇ ଜବତ କରାଯାଇଥିଲା | ଜବତ କାରାଯାଇଥିବା ଗଞ୍ଜେଇର ପରିମାଣ  ପାଖାପାଖି  ୨୦୦ କି.ଗ୍ରା.  ହେବ ବୋଲି ଜଣାଯାଇଛି | 

{"id":390538,"sizeSlug":"large","linkDestination":"none"}

ମିଳିଥିବା ସୂଚନା ଅନୁସାରେ କରନ ସଜନାନୀ ଜଣେ ବହୁତ ବଡ ବିଲଡର ଏବଂ ସେ ବ୍ରିଟିଶ ନାଗରିକ ଅଟନ୍ତି | କରନ ମୁମ୍ବାଇ ଏବଂ ଦେଶର ଅନ୍ୟ ରାଜ୍ୟର ଉଚ୍ଚ ସ୍ତରୀୟ ଲୋକମାନଙ୍କୁ ଗଂଜେଇ ଯୋଗାଣ କରୁଥିଲେ ଏବଂ ଏଥିରେ ତାଙ୍କୁ ରହିଲା ଆଉ ସାହିସ୍ତା ସାହାଯ୍ୟ କରୁଥିଲେ | ସଜନାନୀ ଏନସିବିଙ୍କୁ ଜଣାଇଛନ୍ତି କି ସେ ୩୧ ଡିସେମ୍ବରରେ ନ୍ୟୁୟର ପାର୍ଟି ପାଇଁ ଅନେକ ଜାଗାରେ ଅନେକ ଲୋକଙ୍କୁ ଡ୍ରଗ୍ସ ଯୋଗାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.