ଦୀପିକା ପାଦୁକୋଣଙ୍କ ପିଙ୍କ ରଙ୍ଗର ସ୍ବେଟର ଚର୍ଚ୍ଚାରେ : ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

Published By : Prameya-News7 Bureau | December 24, 2019 IST

ମୁମ୍ବାଇ ୨୪/୧୨: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ନିଜ ଷ୍ଟାଇଲ ଦ୍ବାରା ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ସବୁବେଳେ ସେ ନିଜ ଫଟୋ ଏବଂ ଭିଡିଓ ପାଇଁ ଚର୍ଚ୍ଚାରେ ରୁହନ୍ତି। ଯାହା ଫଳରେ ଦର୍ଶକ ତାଙ୍କୁ ପସନ୍ଦ କରିଥାଆନ୍ତି। ଦୀପିକା ଖୁବ୍ ଶୀଘ୍ର ‘ଛପାକ’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମଟି ଏସିଡ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଛି ଯାହା ସୁପରହିଟ୍ ରହିଛି। ଦର୍ଶକ ଏବେ ଏହାର ରିଲିଜକୁ ନେଇ ଅପେକ୍ଷାରେ ରହିଛନ୍ତି।

{"id":201989,"width":576,"height":439,"sizeSlug":"large"}

ଦୀପିକାଙ୍କୁ କିଛି ଦିନ ତଳେ ଜୟପୁର ଏୟାରପୋର୍ଟ ବାହାରେ ଦେଖା ଯାଇଥିଲା। ସେ ଏକ ଗୋଲାପି ରଙ୍ଗର ସ୍ବେଟର ପିନ୍ଧିଥିଲେ। ତାଙ୍କ ଫ୍ୟାନଙ୍କୁ ତାଙ୍କ ସ୍ବେଟର ବହୁତ ପସନ୍ଦ ଆସିଥିଲା। ଦୀପିକାଙ୍କ ଏହି ଫଟୋ ସୋସିଆଲ୍ ସାଇଟରେ ଖୁବ୍ ଭାଇରାଲ ହୋଇଥିଲା। ଏହା ପରଠୁ ଏହି ସ୍ବେଟରର ମୂଲ୍ୟ ଖୁବ୍ ଚର୍ଚ୍ଚାରେ ରହିଥିଲା। ଦୀପିକାଙ୍କ ଏହି ସ୍ବେଟରର ମୂଲ୍ୟ ୭୬୦୦୦ଟଙ୍କା।

{"id":201991,"width":580,"height":494,"sizeSlug":"large"}

ଦୀପିକା ଏହି ସ୍ବେଟର ସହ ନୀଳ ରଙ୍ଗର ଡେନିମ୍ ଜିନ୍ସ ପିନ୍ଧିଥିଲେ। ଏହା ବ୍ୟତୀତ ସେ କଳା ରଙ୍ଗର ସ୍ନିକର ପିନ୍ଧିଥିଲେ। ଦୀପିକା ଲାଇଟ୍ ମେକଅପ୍ କରିଥିଲେ। ଗଗଲ୍ସ ପିନ୍ଧି ଖୋଲା ଚୁଟିରେ ଦୀପିକା ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ସ୍ବେଟର ଇଟାଲୀରୁ ଏବଂ ଏହାର ମୂଲ୍ୟ ୭୬ହଜାର ୯୭୬ଟଙ୍କା।

wp:core-embed/instagram {"url":"https://www.instagram.com/p/B54fPheH3zX/","type":"rich","providerNameSlug":"instagram","className":""}
https://www.instagram.com/p/B54fPheH3zX/
/wp:core-embed/instagram

ଦୀପିକା ଅଧିକାଂଶ ସମୟରେ ମହଙ୍ଗା ଆଉଟଫିଟ୍ ଏବଂ ମହଙ୍ଗା ଆକ୍ସେସରିଜ ପିନ୍ଧିଥିବା ନଜର ଆସନ୍ତି। କିଛି ଦିନ ତଳେ ଦୀପିକା ତାଙ୍କର ଆଗାମୀ ଫିଲ୍ମ ‘ଛପାକ’ର ଟ୍ରେଲର ଲଞ୍ଚ ସମୟରେ ବ୍ଲାକ୍ କଲରର ସାଣ୍ଡାଲ୍ ପିନ୍ଧିଥିଲେ। ଏହା ପରେ ତାଙ୍କର ବହୁତ ପ୍ରଶଂସା କରାଯାଇଥିଲା। ଦୀପିକାଙ୍କ ଏହି ସାଣ୍ଡାଲର ମୂଲ୍ୟ ୯୯୦୦୦ଟଙ୍କା।

{"id":201992,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.