Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

‘ମୋଷ୍ଟ ପପୁଲାର ଷ୍ଟାର ଇଣ୍ଡିଆ ଲଭ୍ସ’ ତାଲିକାରେ ପୁଣି ଶୀର୍ଷରେ ଦୀପିକା

22/01/2021 at 2:08 PM

ମୁମ୍ବାଇ ୨୨।୧: ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ୍ ୨୦୨୦ର ସବୁଠୁ ଲୋକପ୍ରିୟ ମହିଳା ତାରକା ସୂଚୀରେ ପୁଣିଥରେ ଟପ୍ କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଅଭିନେତ୍ରୀ ଦୀପିକା ବିଶ୍ବର ଲୋକପ୍ରିୟତା ଆଧାରରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଛନ୍ତି । ଏହି ସୂଚୀରେ ପୁଣିଥରେ ଟପ୍ ରେ ପହଞ୍ଚିବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ କାରଣ ଇଣ୍ଡଷ୍ଟ୍ରିରେ ଦୀପିକା ଏପର୍ଯ୍ୟନ୍ତ ସବୁଠାରୁ ଲୋକ ପ୍ରିୟ ଅଭିନେତ୍ରୀ ।

ଦୀପିକା ଜଣେ ଅଭିନେତ୍ରୀ ରୂପରେ ନିଜର ଅଭିନୟକୁ ପ୍ରମାଣିତ କରିଛନ୍ତି । ତାଙ୍କର କୌଣସି ଫିଲ୍ମ କଥା ଯଦି କୁହାଯାଏ, ତେବେ ଦୀପିକା ସବୁବେଳେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି । ଯାହା ପାଇଁ ତାଙ୍କୁ ବଲିଉଡ୍ ରେ ‘ଦି ରେଇନିଙ୍ଗ୍ କୁଇନ୍’ ବୋଲି କୁହାଯାଏ । ଗତ ୧୩ ବର୍ଷ ମଧ୍ୟରେ ଦୀପିକା ଦର୍ଶକଙ୍କ ସହ ଯେଉଁଭଳି ଭାବରେ ନିଜର ସଂପର୍କ ଗଢ଼ିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏକ ବିଶ୍ଵସ୍ତରୀୟ ତାରକା ଭାବରେ ପରିଚୟ ସୃଷ୍ଟି କରିବା ସହ, ସେ ଦେଶରେ ମଧ୍ୟ ଘରେ ଘରେ ପରିଚିତ ।

୨୦୨୦ରେ ଅଭିନେତ୍ରୀ ଅନେକ ବଡ ପ୍ରୋଜେକ୍ଟର ଘୋଷଣା କରିଛନ୍ତି । ଯେଉଁଥିରେ ପ୍ରଭାସଙ୍କ ସହ ନାଗ୍ ଅଶ୍ବିନ୍ଙ୍କ ଆଗାମୀ ଫିଲ୍ମ, ଯାହା ପ୍ୟାନ୍ ଇଣ୍ଡିଆ ରିଲିଜ୍ ହେବ ଏବଂ ଫିଲ୍ମ ‘ଦ ଇଟର୍ଣ୍ଣ’ ସାମିଲ ଅଛି । ଏଥିସହିତ ନିକଟରେ ଅଭିନେତ୍ରୀ ହ୍ରିତିକ ରୋଶନଙ୍କ ସହିତ ନିଜର ଆଗାମୀ ଆକ୍ସନ୍ ଫିଲ୍ମ ‘ଫାଇଟର’ର ଘୋଷଣା ମଧ୍ୟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଦୀପିକାଙ୍କୁ ଏକା ସମୟରେ ଦୁଇଟି ଅଲଗା ଫିଲ୍ମର ସୁଟିଂ ସେଟ୍ ରେ ଦେଖିବାକୁ ମିଳିବ ।

   Related Posts