ବିଜେପିରେ ସାମିଲ ହେଲେ ସିନେ ଅଭିନେତ୍ରୀ ବିଦୁସ୍ମିତା, ସ୍ବାମୀ ଲଢୁଛନ୍ତି ବଲାଙ୍ଗୀରରୁ

Published By : Prameya-News7 Bureau | March 28, 2019 IST

ଭୁବନେଶ୍ବର ୨୮|୩ : ବିଜେପିରେ ସାମିଲ ହେଲେ ସିନେ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର  ମୋଦି  ଏବଂ  ରାଷ୍ଟ୍ରୀୟ  ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ,  ବିଜେପି ରାଷ୍ଟ୍ରୀୟ  ଉପସଭାପତି ଓ  ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ସେ ଅନୁଷ୍ଠାନିକ ଭାବେ ଦଳରେ ଯୋଗଦେଇଛନ୍ତି ।

{"id":97751}

ଅଭିନେତ୍ରୀ ବିଦୁସ୍ମିତାଙ୍କ ସ୍ବାମୀ ଅନନ୍ତ ଦାସ ବଲାଙ୍ଗୀର ବିଧାନସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ଷ୍ଟାଲଓ୍ବାର୍ଟ ନରସିଂହ ମିଶ୍ର ଏବଂ ଏ.ୟୁ ସିଂହଦେଓଙ୍କ ସାନ ପୁଅ ଅର୍କେଶ ସିଂହଦେଓଙ୍କ ସହ ଅନନ୍ତଙ୍କ ଫାଇଟ୍ ହେବେ । ଅନନ୍ତଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ବଲାଙ୍ଗୀରରେ ବିଜେପିର ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ହୋଇ ବିକ୍ଷୋଭ କରିଥିଲେ । ତେବେ ଅନନ୍ତ ଦୀର୍ଘ ଦିନରୁ ବିଜେପି ଦଳ ସହ ଜଡିତ ଅଛନ୍ତି । ଦଳୀୟ ସଂଗଠନ ମଧ୍ୟ ତାଙ୍କ ସହ ଅଛନ୍ତି ବୋଲି ଅନନ୍ତ କହିଛନ୍ତି । ଓଲିଉଡ୍ ର ଆଇଟମ୍ ଗାର୍ଲ ଭାବେ ବେଶ୍ ଜଣାଶୁଣା ବିଦୁସ୍ମିତା ସ୍ବାମୀଙ୍କ ପାଇଁ ବଲାଙ୍ଗୀରରେ ଜୋରଦାର ପ୍ରଚାର କରିବେ ।

{"id":97750}

ସେହିପରି ମହାକାଳପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଦ୍ମନାଭ ଚୌଧୁରୀ ଏବଂ ସିନେ ଅଭିନେତା ଅଖିଳ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ  ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ । ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମଜବୁତ ହେବ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।

{"id":97753}

ଏହି ମିଶ୍ରଣ ପର୍ବରେ ବରିଷ୍ଠ ନେତା ଡା. ଦାମୋଦର ରାଉତ, ବିଜୟ ମହାପାତ୍ର, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ସିନେ ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.