ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା
18/07/2020 at 7:27 AM

ଭୁବନେଶ୍ୱର,୧୮|୦୭: କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମିତ ହୋଇଥିବା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ ଶୁକ୍ରବାର ରାତିରେ ଭିଲେ ପାର୍ଲେସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଳାରେ ଦରଜ ହେବା ସହ ସେମାନେ ସାମାନ୍ୟ ଜ୍ୱରରେ ପୀଡିତ ହେବା ଅଭିଯୋଗ କରିଥିଲେ । ଏହାପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହା ପରେ ବୃହଣ ମୁମ୍ବାଇ ମ୍ୟୁନିସିପାଲ କର୍ପେରେସନ (ବିଏମ୍ସି) ସ୍ୱାସ୍ଥ୍ୟ ଟିମ୍ ତାଙ୍କ ଘରେ ପହଞ୍ଚି ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପୂର୍ବରୁ ସେମାନେ ନିଜ ଘର ‘ଜଲ୍ସା’ରେ ଆଇସୋଲେସନରେ ରହିଥିଲେ ।
ଜୁଲାଇ ୧୨ ତାରିଖରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କିନ୍ତୁ ୪୬ ବର୍ଷୀୟା ଐଶ୍ୱର୍ଯ୍ୟା ଓ ୮ ବର୍ଷୀୟା ଆରାଧ୍ୟାଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ନ ପାଇବାରୁ ସେମାନଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଥିଲା ।