Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଘରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ମୃତଦେହ : ନିଜ କୁକୁର ସହ ରହୁଥିଲେ ଏକୁଟିଆ

12/12/2020 at 3:33 PM

କୋଲକାତା ୧୨/୧୨: ବିଦ୍ୟା ବାଲାନ୍ ଅଭିନୀତ ‘ଦ ଡାର୍ଟି ପିକ୍ଚର’ ଭଳି ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ପରଲୋକ ହୋଇ ଯାଇଛି। ଶୁକ୍ରବାର ତାଙ୍କ ମୃତଦେହ ସାଉଥ କୋଲକାତା ସ୍ଥିତ ତାଙ୍କ ଘରୁ ମିଳିଥିଲା। ସୂଚନା ମୁତାବକ ଆର୍ଯ୍ୟାଙ୍କ ନାକରୁ ରକ୍ତ ଏବଂ ବାନ୍ତିର ପ୍ରମାଣ ମିଳିଥିବା ଫରେନସିକ ଏକ୍ସପର୍ଟ ସୂଚନା ଦେଇଛନ୍ତି। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

ସୂଚନା ମୁତାବକ,୩୩ବର୍ଷର ଆର୍ଯ୍ୟା କୋଲକାତା ସ୍ଥିତ ଘରେ ନିଜ କୁକୁର ସହ ଏକୁଟିଆ ରହୁଥିଲେ। ତାଙ୍କ ଭଉଣୀ ସିଙ୍ଗାପୁରରେ ରୁହନ୍ତି। ଆର୍ଯ୍ୟାଙ୍କ ରୁମରୁ ଅନେକ ଖାଲି ମଦ ବୋତଲ ମିଳିଛି।

ସବୁ ଦିନ ତାଙ୍କ ଘରେ କାମବାଲି ଆସୁଥିଲେ। ଶୁକ୍ରବାର ସେ ଘରକୁ ଆସି କବାଟ ବାଡ଼େଇଥିଲେ ଏବଂ ଡାକିଥିଲେ,ସେ ନ ଖୋଲିବାରୁ ଫୋନ୍ ମଧ୍ୟ କରିଥିଲେ। କିନ୍ତୁ ଫୋନର ମଧ୍ୟ ଉତ୍ତର ମିଳିନଥିଲା। ଏହା ପରେ ସେ ପଡ଼ୋଶୀଙ୍କୁ ଏବିଷୟରେ ସୂଚନା ଦେଇଥିଲେ ଏବଂ ପୋଲିସକୁ ଏତଲା ଦିଆଯାଇଥିଲା। କବାଟ ଭିତରୁ ବନ୍ଦ ଥିଲା,ପରେ ପୋଲିସ୍ କବାଟ ଭାଙ୍ଗିଥିଲା। ମାମଲାର ତଦନ୍ତ ଏବେ ଜାରି ରହିଛି।

ମୃତ୍ୟୁର ଅସଲ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସାମନାକୁ ଆସିବ। ପୋଲିସର କହିବା ଅନୁସାରେ ଆର୍ଯ୍ୟା କିଛି ସମୟ ପୂର୍ବରୁ ନିଜ ଖାଇବା ଆପ୍ ବେସଡ ଡେଲିଭରି ପ୍ଲାଟଫର୍ମରୁ ମଗାଇଥିଲେ। ସେ ଅଧିକାଂଶ ସମୟ ନିଜ କୁକୁର ସହ ବିତାଉଥିଲେ।

ପଡ଼ୋଶୀଙ୍କ କହିବା ମୁତାବକ ସେ ସ୍ଥାନୀୟ ଲୋକଙ୍କ ସହ ବେଶୀ ମିଳାମିଶା କରୁନଥିଲେ। ତାଙ୍କ କଲ୍ ଡିଟେଲ୍ସ ସ୍କାନ୍ କରାଯାଉଛି।

ଆର୍ଯ୍ୟା ସିତାର ବାଦକ ନିଖିଳ ବନ୍ଦୋପାଧ୍ୟାୟଙ୍କ ଝିଅ ଥିଲେ। ତାଙ୍କର ଅସଲି ନାଁ ଦେବଦତ୍ତା ବାନାର୍ଜୀ। ସେ ଡାର୍ଟି ପିକଚର ବ୍ୟତୀତ ଏଲଏସଡି: ଲଭ ସେକ୍ସ ଔର ଧୋକାରେ ମଧ୍ୟ କାମ କରିଥିଲେ। ମୁମ୍ବାଇରେ ସେ କିଛି ମଡେଲିଂ ପ୍ରୋଜେକ୍ଟରେ ମଧ୍ୟ କାମ କରିଥିଲେ।

   Related Posts