Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ନୟାଗଡରୁ ବଲିଉଡ୍ : ‘ପାଟଣାଗଡ’ରେ ଅଭିନୟର ଜଲଓ୍ୱା ଦେଖାଇସାରିଛନ୍ତି ବୋଲଡ୍ ଗାର୍ଲ ଅପ୍‌ସରା

14/07/2020 at 12:38 PM

ମୁମ୍ବାଇ, ୧୪।୦୭: ନିଜର ନୂଆ ହିନ୍ଦୀ ସିନେମା ‘ ଥ୍ରୀଲର୍‌’କୁ ନେଇ ନିର୍ମତା, ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିବାଦୀୟ ଟ୍ୱିଟ୍‌ ପରେ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଛନ୍ତି ଓଡ଼ିଶାର ବୋଲ୍‌ଡ ଅଭିନେତ୍ରୀ ଅପ୍‌ସରା ରାଣୀ । କିନ୍ତୁ ଅନେକ ଜାଣିନଥିବେ ଯେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମିତ ଦ୍ୱିଭାଷୀୟ (ଓଡ଼ିଆ ଓ ତେଲୁଗୁ) ସିନେମା ‘ପାଟଣାଗଡ଼’ରେ ଅପ୍‌ସରା ଅଭିନୟ କରିଛନ୍ତି । ଏଯାବତ ରିଲିଜ୍‌ ହୋଇନଥିବା ଏହି ଫିଲ୍ମରେ ଅବଶ୍ୟ ସେ ଅପ୍‌ସରା ରାଣୀ ନୁହେଁ, ଅଙ୍କିତା ମହାରଣା ଭାବେ ପରିଚିତ ଥିଲେ । ତେବେ ରାମଗୋପାଳ ବର୍ମାଙ୍କ ବିବାଦୀୟ ଟ୍ୱିଟ୍‌ ଓ ନିଜର ଉତ୍ତେଜକ ଫଟୋ ପାଇଁ ଉଭୟ ବିବାଦ ଓ ଚର୍ଚ୍ଚା ସୃଷ୍ଟି କରିଥିବା ଅପ୍‌ସରା ଦକ୍ଷିଣ ଭାରତୀୟ ସିନେମା ଜଗତରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି ।

ଡେରାଡୁନ୍‌ରେ ଜନ୍ମିତ ଏହି ଓଡ଼ିଆ ଝିଅ ଉଭୟ ନିଜର ଅଭିନୟ ଏବଂ ସୁନ୍ଦର ଚେହେରା କାରଣରୁ ଗ୍ଲାମର ଜଗତରେ ଆରମ୍ଭରୁ ଚର୍ଚ୍ଚାରେ ଅଛନ୍ତି ।

ନିଜର ଅଭିନୟ ଯାତ୍ରା ସଂପର୍କରେ ସୂଚନା ଦେଇ ଅପ୍‌ସରା କହିଛନ୍ତି ଯେ, ପ୍ରତ୍ୟେକ ମଣିଷ ନିଜର ନିଷ୍ଠା ଏବଂ ପରିଶ୍ରମ ମାଧ୍ୟମରେ ବହୁତ ଉପରକୁ ଯାଇପାରେ ।

ମୁଁ କେବଳ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି । ସମସ୍ତଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ମୋ’ ସହିତ ରହିଛି³ ଏହା ମୋର ଭାଗ୍ୟ । ଏବେ ସେ ଥ୍ରିଲର୍‌ ସିନେମାର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି । ପ୍ରଥମଥର ସେ ବଲିଉଡ୍‌ରେ ପାଦ ଥାପିଥିବାରୁ ଏହି ସିନେମାକୁ ନେଇ ସେ ବେଶ୍‌ ଉତ୍ସାହିତ ଥିବା ଅପ୍‌ସରା ସୂଚନା ଦେଇଛନ୍ତି ।

   Related Posts