ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ବିବ୍ରତ ଅନୁଷ୍କା, ଶିଶୁର ଲିଙ୍ଗକୁ ନେଇ କହିଲେ ଏମିତି

Published By : Prameya-News7 Bureau | October 03, 2020 IST

ମୁମ୍ବାଇ ୩।୧୦: ନିର୍ଭୟା ଗଣଦୁଷ୍କର୍ମ ଘଟଣା ପରେ ହାଥରସ ଗଣଦୁଷ୍କର୍ମ ଘଟଣା ପୁଣି ଥରେ ସାରା ଦେଶରେ ସ୍ତବ୍ଧ କରିଦେଇଛି । ଏମିତିରେ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖୁଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ଏହା ଉପରେ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଅନୁଷ୍କା ଶର୍ମା ତାଙ୍କ ପୋଷ୍ଟରେ ଏହି ମାମଲାରେ ମହିଳାଙ୍କ ଅସୁରକ୍ଷିତ ସମ୍ବନ୍ଧରେ ଏକ ପୋଷ୍ଟ କରିଛନ୍ତି । ଏହାସହ ସେ ତାଙ୍କ ଗର୍ଭସ୍ତ ସନ୍ତାନର ଲିଙ୍ଗ ଉପରେ ମଧ୍ୟ ନିଜର ମତମତା ଦେଇଛନ୍ତି ।

{"align":"center","id":338229,"sizeSlug":"large"}

ଅନୁଷ୍କା କହିଛନ୍ତି ଯେ, ପୁଅ ହେବାକୁ ସମାଜର ସୌଭାଗ୍ୟ କିମ୍ବା ସମ୍ମାନ ବୋଲି ଭାବିବା ଭୁଲ । ଅବଶ୍ୟ ଝିଅ ହେବାଠାରୁ ଅଧିକ କିଛି ସମ୍ମାନ ନାହିଁ । କିନ୍ତୁ ପ୍ରକୃତ କଥା ହେଉଛି ଏହି ସୌଭାଗ୍ୟକୁ ଅନ୍ୟାୟ ଏବଂ ବହୁ ପୁରାତନ ଦୃଷ୍ଟିକୋଣରୁ ଦେଖାଯାଇଛି । ଆପଣ ଆପଣଙ୍କ ପୁଅର ଉପଯୁକ୍ତ ପାଳନପୋଷଣ କରନ୍ତୁ ଯାହାଫଳରେ ସେମାନେ ଝିଅମାନଙ୍କୁ ସମ୍ମାନ କରିବେ । ବାପା-ମା ଭାବେ ସମାଜ ପ୍ରତି ଏହା ଆପଣଙ୍କର ଦାୟିତ୍ବ । ତେଣୁ ଏହାକୁ ସୌଭାଗ୍ୟ ବୋଲି ଭାବନ୍ତୁ ନାହିଁ ।

{"id":338230,"sizeSlug":"large"}

ସେ ଆହୁରି ଲେଖିଛନ୍ତି, ଶିଶୁର ଲିଙ୍ଗ ଆପଣଙ୍କୁ ବିଶେଷ ଅଧିକାର କିମ୍ବା ପ୍ରତିଷ୍ଠିତ କରେ ନାହିଁ କିନ୍ତୁ ସମାଜ ପ୍ରତି ଏହା ପ୍ରକୃତରେ ଆପଣଙ୍କର ଦାୟିତ୍ବ ଯେ ଆପଣ ନିଜ ପୁଅକୁ ଏପରି ଶିକ୍ଷା ଦିଅନ୍ତି ଯେ ଜଣେ ମହିଳା ନିଜକୁ ସୁରକ୍ଷିତ ଭାବିବେ । ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, କିଛି ଦିନ ଯାଇଛି କି ନାହିଁ ଆମେ ଆଉ ଏକ ହୃଦୟ ବିଦାରକ ନିର୍ଦ୍ଦୟ ଦୁଷ୍କର୍ମ ଘଟଣା ସଂପର୍କରେ ଶୁଣୁଛୁ । କିଏ ସେହି ରାକ୍ଷାସ ଯେଉଁମାନେ ଜଣେ କୋମଳମତି ଝିଅର ଜୀବନ ନଷ୍ଟ କରିବାକୁ ଚିନ୍ତା କରନ୍ତି ।

{"id":338231,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବା ପ୍ରସ୍ତୁତିରେ ଅଛନ୍ତି । ଗର୍ଭାବସ୍ଥାର ଏହି ଷ୍ଟେଜରେ ଅନୁଷ୍କା ତାଙ୍କ ସ୍ବାମୀ କ୍ରିକେଟର ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.