Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ମେହେନ୍ଦୀ ସେରିମନିରେ ନଜର ଆସିଲେ ଅଙ୍କିତା ଲୋଖଣ୍ଡେ, ଖୁବ୍ ଶୀଘ୍ର ବୟଫ୍ରେଣ୍ଡ ବିକି ଜୈନଙ୍କୁ କରିବେ ବିବାହ !

27/01/2021 at 4:06 PM

ମୁମ୍ବାଇ ୨୭।୧: ଟେଲିଭିଜନ୍ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି | ନିକଟରେ ତାଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି | ଅଙ୍କିତା ଏବଂ ତାଙ୍କ ଭଉଣୀ ଅସୀତା ନିଜ ନିଜର ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି | ଯେଉଁ କାରଣରୁ ଅଙ୍କିତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି |

ଏହି ଫଟୋରେ ଅଙ୍କିତା ତାଙ୍କ ହାତରେ ମେହେନ୍ଦୀ ଲଗାଇଥିବା ନଜରକୁ ଆସିଛନ୍ତି | ଫଟୋରେ ଅଙ୍କିତା ସିମ୍ପଲ ଡ୍ରେସରେ ନଜରକୁ ଆସିଛନ୍ତି ଏବଂ ମୁଣ୍ଡରେ ଟିଆରା ପିନ୍ଧିଛନ୍ତି | ଏହି ଫଟୋକୁ ଦେଖିବା ପରେ କିଛି ୟୁଜର୍ସ ଅନୁମାନ କରୁଛନ୍ତି, ଅଙ୍କିତା ମେହେନ୍ଦୀ ସେରିମନି କରିସାରିଛନ୍ତି । ବୟଫ୍ରେଣ୍ଡ ବିକି ଜୈନଙ୍କ ସହ ବିବାହକୁ ନେଇ ଅନେକ ୟୁଜର୍ସ ତାଙ୍କୁ ପ୍ରଶ୍ନ ମଧ୍ୟ କରୁଛନ୍ତି | 

ଅଙ୍କିତାଙ୍କ ଭଉଣୀ ଅସୀତା ନିଜର ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି | ଯେଉଁଥିରେ ଅଙ୍କିତା ମେହେନ୍ଦୀ ଲଗାଇଥିବା ନଜରକୁ ଆସିଛନ୍ତି ଏବଂ ତାଙ୍କ ଭଉଣୀ ଅସୀତା ତାଙ୍କୁ ସ୍ନେହରେ ଆଲିଙ୍ଗନ କରୁଥିବା ଦେଖାଯାଇଛି |

ବାସ୍ତବରେ ଅଙ୍କିତା ବିକି ଜୈନଙ୍କୁ ଅନେକ ଦିନ ହେବ ଡେଟ୍ କରୁଛନ୍ତି | ପୂର୍ବରୁ ଦୁଇ ଜଣଙ୍କର ବିବାହ ଖବର ସାମ୍ନାକୁ ଆସିଥିଲା  | ଏବେ ଅଙ୍କିତା ହାତରେ ବିକି ଜୈନଙ୍କ ନାଁର ମେହେନ୍ଦୀ ଲଗାଇ ବେଶ୍ ଖୁସିରେ ଅଛନ୍ତି | ନିକଟରେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନରେ ତାଙ୍କୁ ମନେ ପକାଇ ତାଙ୍କର କିଛି ଭିଡିଓ ସେୟାର କରିଥିଲେ ଅଙ୍କିତା ।

   Related Posts