ଛୁଟି କାଟିବାକୁ ଯାଇଥିଲେ ଗୋଆ, ବ୍ରିଜ୍‌ ତଳକୁ ଖସିପଡ଼ିଲା କାର, ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

Published By : Prameya-News7 Bureau | September 21, 2021 IST

ପୁନେ, ୨୧/୦୯: ବଲିଉଡ୍‌ ଜଗତରେ ଆଉ ଏକ ଦୁଃଖଦ ଘଟଣା ଘଟଛି । ପୁନେରେ ରହୁଥିବା ଜଣେ ଅଭିନତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ସହିତ କାର୍‌ରେ ଥିବା ତାଙ୍କ ବନ୍ଧୁଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଛି ।

{"id":515450,"sizeSlug":"full","linkDestination":"none"}

ମିଳିଥିବା ସୂଚନା ଅନୁସାରେ, ସୋମବାର ସକାଳେ ଗୋଆର ବାଗା-କଲ୍‌ନଟ୍‌ ବ୍ରିଜ୍‌ ଦେଇ ତାଙ୍କ କାର ଯାଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ବ୍ରିଜ୍‌ ତଳ ଖାଲକୁ ଖସି ପଡ଼ିଥିଲା । ଯାହାଫଳରେ ଅଭିନେତ୍ରୀ ଏବଂ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଅଭିନେତ୍ରୀ ଜଣକ ନିକଟ ଅତୀତରେ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

{"id":515452,"sizeSlug":"full","linkDestination":"none"}

ମୃତ ଅଭିନେତ୍ରୀଙ୍କ ନାମ ଇଶ୍ୱରୀ ଦେଶପାଣ୍ଡେ ହୋଇଥିବା ବେଳେ ତାଙ୍କ ବନ୍ଧୁଙ୍କ ନାମ ଶୁଭମ ଡେଡ୍‌ଗେ ବୋଲି ଜଣାପଡି଼ଛି । ଇଶ୍ୱରୀଙ୍କ ବୟସ ୨୫ ବର୍ଷ ହୋଇଥିବା ବେଳେ ଶିଭମ୍‌ଙ୍କ ବୟସ ୨୮ । ସେମାନେ ଗତ ବୁଧବାରଦିନ ପୁନେରୁ ଗୋଆ ଯାଇଥିଲେ । ସକାଳ ପ୍ରାୟ ୫ଟା ସମୟରେ ଗାଡ଼ି ଚାଳକ ସଂକୀର୍ଣ୍ଣ ରସ୍ତାରେ ନିୟନ୍ତ୍ରଣ ହରାଇବାରୁ କାର୍‌ଟି ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା । ଫଳରେ ଗାଡ଼ିଟି ଚୂନା ହୋଇଯାଇଥିଲା । ଗାଡ଼ିରେ ଲକ୍‌ ପଡି଼ଥିବାରୁ ଦୁର୍ଘଟଣା ପରେ ବି ସେମାନେ ସେଥିରୁ ଓହ୍ଲାଇ ପାରିନଥିଲେ ।     

{"id":515453,"sizeSlug":"full","linkDestination":"none"}

ଅଭିନେତ୍ରୀ ଜଣକ ମରାଠୀ ଏବଂ ହିନ୍ଦୀ ସିରିଏଲ୍‌ରେ ଭଲ ଅଭିନୟ କରି ନାମ କମାଇଥିବା ବେଳେ କିଛି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ । ସେ ଛୁଟି କାଟିବା ପାଇଁ ସେପ୍ଟେମ୍ୱର ୧୫ ତାରିଖରେ ଗୋଆ ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.