Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା

21/10/2021 at 4:53 PM

ମୁମ୍ବାଇ ୨୧/୧୦ : ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଘାଣ୍ଟି ହେଉଛି ବି-ଟାଉନ୍‌ । ଜଣେ ପରେ ଜଣେ ସେଲିବ୍ରିଟି ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଫସୁଛନ୍ତି । ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବନ୍ଧାହୋଇ ଜେଲରେ ଥିବା ବେଳେ ଏବେ ଏହାର ଖିଅ ଖୋଜିବାରେ ଲାଗିପଡିଛି ଏନ୍‌ସିବି । ଏହି କ୍ରମରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଜେରା କରିଛି ଏନ୍‌ସିବି । ଆର୍ଯ୍ୟନ ସହ ଅନନ୍ୟାଙ୍କ ହ୍ବାଟସ୍‌ଆପ୍‌ ଚାଟକୁ ନେଇ ଖୋଳତାଡ କରୁଛି ତଦନ୍ତକାରୀ ସଂସ୍ଥା ।

ଡ୍ରଗ୍ସ କେସ୍‌ରେ ଏନ୍‌ସିବି ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ପଚରାଉଚରା ପାଇଁ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଗୁରୁବାର ସକାଳେ ହିଁ ଏନ୍‌ସିବିର ଏକ ଟିମ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍‌ କରିଥିଲା । କେବଳ ସେତିକି ନୁହେଁ ଶାହାରୁଖ ଖାନଙ୍କ ବଙ୍ଗଳା ମନ୍ନତରେ ମଧ୍ୟ ରେଡ୍‌ କରିଥିଲା ଏନ୍‌ସିବି । ସେଠାରେ ଶାହାରୁଖଙ୍କ ମ୍ୟାନେଜରଙ୍କୁ ଆର୍ଯ୍ୟନ ବାବଦରେ ପଚରାଯାଇଥିଲା । ତା ସହିତ ଆର୍ଯ୍ୟନର ଅନ୍ୟ କିଛି ଇଲେକ୍ଟେ୍ରାନିକ୍ସ ଡିଭାଇସ ଅଛି କି ନାହିଁ ସେ ବାବଦରେ ଶାହାରୁଖଙ୍କୁ ପଚରାଉଚରା କରିଥିଲା ଏନ୍‌ସିବି ।

କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ପରେ ଏବେ ଆକ୍ସନ୍‌ ମୋଡରେ ରହିଛି ଏନ୍‌ସିବି । ଏହି ମାମଲାରେ ଅନ୍ଧେରୀର ଅଞ୍ଚଳରେ ତଲାସୀ ନେଇଥିଲା । ଅନ୍ୟ ପଟେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ, ଶାହାରୁଖଙ୍କ ଝିଅ ଶୁହାନାଙ୍କ ଘନିଷ୍ଠ ବାନ୍ଧବୀ । ଆର୍ଯ୍ୟନ ଏବଂ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା କିଛି ହ୍ବାଟସ୍‌ଆପ୍‌ ଚାଟ୍‌କୁ ନେଇ ଅନନ୍ୟାଙ୍କୁ ଜେରା କରିଛି ଏନ୍‌ସିବି । ଉକ୍ତ ଚାଟ୍‌ରେ ଡ୍ରଗ୍ସ ବାବଦରେ ଅନନ୍ୟା ଏବଂ ଆର୍ଯ୍ୟନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା ଏନ୍‌ସିବି ଜାଣିବାକୁ ପାଇଛି । କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଥିବା ଜଣାପଡିଛି । ସେଥିପାଇଁ ଅଧିକ ପଚରାଉଚରା ପାଇଁ ଅନନ୍ୟାଙ୍କୁ ଏନ୍‌ସିବି ଅଫିସ ଡକାଯାଇଥିଲା ।

ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେ ହିଁ ଅନନ୍ୟା ପାଣ୍ଡେଙ୍କୁ ଜେରା କରୁଛନ୍ତି । ଯିଏକି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଥିଲେ । ସିଙ୍ଘମ ଅଫିସର ସମୀର ଓ୍ବାଙ୍ଖେଡେ ବଲିଉଡର ବଡ ବଡ ସେଲିବ୍ରିଟିଙ୍କୁ ଡ୍ରଗ୍ସ ଲିଙ୍କରେ ଜେରା କରିସାରିଛନ୍ତି । ଏବେ ସାହାରୁଖଙ୍କ ପୁଅ ଆର୍ଯ୍ୟନର କେସ୍‌ ମଧ୍ୟ ନିଜେ ତଦନ୍ତ କରୁଛନ୍ତି ସମୀର । ଏହା ବାଦ ଏବେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରୁଛନ୍ତି ସମୀର ଓ୍ବାଙ୍ଖେଡେ ।

   Related Posts