Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅବିବାହିତ ମାତୃତ୍ବ ଲାଭ କରିବାକୁ ଯାଉଛନ୍ତି ବ୍ରିଟିସ ଅଭିନେତ୍ରୀ ଏମି ଜ୍ୟାକଶନ :ଅକ୍ଷୟକୁମାର ଓ ରଜନୀକାନ୍ତଙ୍କ ବିପକ୍ଷରେ କରିସାରିଛନ୍ତି ବଲିଉଡ ମୁଭି, ଜେଣ୍ଡର ରିଭିଲେସନ ପାର୍ଟିରେ କହିଲେ ଏମିତି…

28/08/2019 at 1:42 PM

ମୁମ୍ବାଇ୨୮|୮: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ନଜର ଆସିଥିବା ଏହି ଅଭିନେତ୍ରୀ ନିଜ ଫିଗରକୁ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି। ବ୍ରିଟିସ୍‌ ଅଭିନେତ୍ରୀ ଏମି ଜ୍ୟାକସନ ବାହା ହୋଇନାହନ୍ତି କିନ୍ତୁ ଖୁବ ଶୀଘ୍ର ସେ ମା ହେବାକୁ ଯାଉଛନ୍ତି। ଏଥିପାଇଁ ଗତ କାଲି ଏମି ଜେଣ୍ଡର ରିଭିଲିଂ ପାର୍ଟି ଆୟୋଜନ କରିଥିଲେ। ଏହି ପାର୍ଟିରେ ସେ ପୁଅ ନା ଝିଅର ମା ହେବା ନେଇ ମଧ୍ୟ ଘୋଷଣା କରିଥିଲେ ।

ଏମି ଟୁଇଟରରେ ଗୋଟେ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଏମି ଚିତ୍କାର କରି କହିଛନ୍ତି ଯେ, “ଇଟ୍‌ସ ଏ ବଏ”। ପାର୍ଟିରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଏମି ଏବେ ୩୫ ସପ୍ତାହର ଗର୍ଭବତୀ ଅଛନ୍ତି। ଖୁବ୍‌ ଶୀଘ୍ର ସେ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି।

ସେ ଅବିବାହିତ ମାତୃତ୍ବ ଲାଭ କରିବାକୁ ଯାଉଥିବା ନେଇ  ପ୍ରଥମରୁ  ହିଁ ଏମି ଖୋଲା ଖୋଲି ସବୁ ପ୍ରକାଶ କରିଆସୁଛନ୍ତି ।  ଇନ୍‌ଷ୍ଟାଗ୍ରାମ ଦ୍ବାରା ଏହି ବିଷୟରେ ସେ ଦର୍ଶକଙ୍କୁ ଅପଡେଟ୍‌ ମଧ୍ୟ କରାନ୍ତି। ଲଗାତାର ଏମି ନିଜ ବେବି ବମ୍ପ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି।

ଆଜିକାଲି ଏମି ବହୁତ ଖୁସୀ ରହୁଛନ୍ତି।  ଅଧିକାଂଶ ସମୟରେ ସେ ନିଜ ସାଙ୍ଗ ସାଥୀଙ୍କ ସହ ହେଙ୍ଗ ଆଉଟ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଗର୍ଭ ଧାରଣ କରିଥିବା ନେଇ ଘୋଷଣା କରିଥିଲେ। ଅନେକ ଅଭିନେତା ଓ ଅଭିନେତ୍ରୀମାନେ ଏମିଙ୍କୁ ଶୁଭକାମନା ମଧ୍ୟ ଦେଇଛନ୍ତି।

ଏମିଙ୍କ ଭାବି ସ୍ବାମୀ ଜର୍ଜ ବ୍ରିଟେନ୍‌ର ନିବାସୀ। ଏମିଙ୍କ ବାବି ସ୍ବାମୀଙ୍କ ନାଁ ହେଉଛି (George Panayiotou)। ଜର୍ଜ ପନିଏତୁ ଜଣେ କୋଟିପତି । ବ୍ରିଟିଶ ପ୍ରପର୍ଟି ଟାଇକୁନ୍‌ ଏଣ୍ଡ୍ରିୟାଜ ପନିଏତୁଙ୍କ ପୁଅ ହେଉଛନ୍ତି ଜର୍ଜ।

୨୦୧୫ ମସିହାରୁ ଜର୍ଜ ଓ ଏମି ରିଲେସନଶିପ୍‌ରେ ଅଛନ୍ତି। ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ସୁପରହିଟ୍‌ ଫିଲ୍ମ ୨.୦ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଏମି। ବଲିଉଡରେ ଅନେକ ହିଟ୍‌ ଫିଲ୍ମ କରିଛନ୍ତି ଏମି।

୨୦୧୨ ମସିହାରେ ଫିଲ୍ମ ଏକ ଦିୱାନା ଥାରେ ଡେବ୍ୟୁ କରିଥିଲେ ଏମି। ଏହି ଫିଲ୍ମରେ ଏମିଙ୍କ ବିପକ୍ଷରେ ଅଭିନେତା ପ୍ରତୀକ ନଜର ଆସିଥିଲେ। ଏହା ପରେ ସେ ପ୍ରଭୁ ଦେୱାଙ୍କ ନିର୍ଦ୍ଦେଶିତ ଫିଲ୍ମ ସିଂହ ଇଜ୍‌ ବ୍ଲିଙ୍ଗ୍‌ରେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ।

   Related Posts