ରଣବୀରଙ୍କୁ ବିବାହ ପରେ ଏହି ପ୍ରଫେସନରେ ପାଦ ଦେଲେ ଆଲିଆ ଭଟ୍ଟ, ଭିଡିଓ ସେୟାର କରି କଲେ ବଡ ଘୋଷଣା

Published By : Prameya-News7 Bureau | May 24, 2022 IST

ମୁମ୍ବାଇ ୨୪।୫: ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କ ହଲିଉଡ୍ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅଭିନୟ ଜଗତରେ ନିଜ ପ୍ରତିଭାର ଜଲଓ୍ବା ଦେଖାଇବା ପରେ ଆଲିଆ ଏବେ ନିର୍ମାତା ହୋଇଛନ୍ତି । ସେ ଖୁବ୍ ଶୀଘ୍ର ତାଙ୍କ ପ୍ରଡକ୍ସନ୍ ହାଉସରେ ନିର୍ମିତ ଫିଲ୍ମ ‘ଡାର୍ଲିଙ୍ଗସ୍’ରେ ନଜର ଆସିବେ । ଯାହାକୁ ନେଇ ଏକ ବଡ ଘୋଷଣା କରାଯାଇଛି ।

ଶାହରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ୍ ହାଉସ୍ ଇଟର୍ନଲ ସନ୍‌ସାଇନ୍‌ ପ୍ରଡକ୍ସନରର ବ୍ୟାନରରେ ନିର୍ମିତ ହେଉଛି ଫିଲ୍ମ ‘ଡାର୍ଲିଙ୍ଗସ୍’ । ଏହାର ରିଲିଜକୁ ନେଇ ଫ୍ୟାନ୍ସ ବେଶ୍ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମରେ ଆଲିଆ ଭଟ୍ଟଙ୍କ ବ୍ୟତୀତ ଶେଫାଲୀ ଶାହା, ବିଜୟ ବର୍ମା ଏବଂ ରୋଶନ ମାଥ୍ୟୁ ପ୍ରମୁଖ ଭୂମିକାରେ ନଜର ଆସିବେ ।

wp:html
/wp:html

ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ସେହି ଭିଡିଓରେ ତାଙ୍କ ସହ ଅନ୍ୟ ଷ୍ଟାରକାଷ୍ଟମାନଙ୍କର ଝଲକ ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, କେହି ଜଣେ ଆଲିଆଙ୍କୁ ପଚାରୁଛନ୍ତି କି ତୁମ ଫିଲ୍ମ ‘ଡାର୍ଲିଙ୍ଗସ୍’ ନେଟଫ୍ଲିକ୍ସରେ ରିଲିଜ୍ ହେଉଛି କି ? ଏହି ପ୍ରଶ୍ନର ସେ ଗୋଳମାଳିଆ ଉତ୍ତର ଦେଉଛନ୍ତି । ଅନ୍ୟ ଷ୍ଟାରମାନଙ୍କୁ ସମାନ ପ୍ରଶ୍ନ ପଚରାଯାଏ । କିନ୍ତୁ ସମସ୍ତେ ଏହାକୁ ଅସ୍ବୀକାର କରନ୍ତି । ତେବେ ଭିଡିଓର ଶେଷରେ ଏହା ସ୍ପଷ୍ଟ ହୁଏ ଯେ, ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଙ୍ଗସ୍’ ନେଟଫ୍ଲିକ୍ସରେ ରିଲିଜ ହେବ ।

ଏହି ଭିଡିଓକୁ ପୋଷ୍ଟ କରି ଆଲିଆ ଭଟ୍ଟ କ୍ୟାପସନରେ ଲେଖିଛନ୍ତି, ‘ଖୁବ୍ ଶୀଘ୍ର ଦେଖା ହେବ ।’ ଜସ୍ମିତ କେ. ରିନ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.