Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନଙ୍କୁ କରୋନା : ହୋମ୍ କ୍ବାରେଣ୍ଟାଇନ ରହି ଦେଲେ ସୂଚନା

21/07/2020 at 3:56 PM

ମୁମ୍ବାଇ ୨୧/୭: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଇନଷ୍ଟା ଷ୍ଟୋରିରେ ନିଜ କୋଭିଡ-୧୯ ପଜିଟିଭ ହେବାର ସୂଚନା ଦେଇଛନ୍ତି। ପ୍ରଶଂସକ ତାଙ୍କ ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛନ୍ତି।

ଐଶ୍ବର୍ଯ୍ୟା ପୋଷ୍ଟରେ ଲେଖିଛନ୍ତି- ନିକଟରେ ତାଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି। ସେ ଘରେ କ୍ବାରେଣ୍ଟାଇନରେ ଅଛନ୍ତି। ମେଡିକାଲ୍ ଟିମ୍ ଦ୍ବାରା ଦିଆ ଯାଇଥିବା ସମସ୍ତ ନିୟମର ଠିକଭାବେ ପାଳନ କରୁଛନ୍ତି। ଯଦି କେହି ବି ତାଙ୍କ ସଂସ୍ପର୍ଶରେ ଆସିଥାନ୍ତି ତେବେ ନିଜର ଧ୍ୟାନ ରଖନ୍ତୁ। ସୁରକ୍ଷିତ ରୁହନ୍ତୁ ଏବଂ ନିଶ୍ଚୟ ମାସ୍କ ପିନ୍ଧନ୍ତୁ। ନିଜ ଉତ୍ତମ ସ୍ବାସ୍ଥ୍ୟ ସହ ସେ ପୁଣି ଥରେ ସମସ୍ତଙ୍କ ସହ ଯୋଗାଯୋଗ କରିବେ।

ଐଶ୍ବର୍ଯ୍ୟା ଜଣାଶୁଣା ଦିଗ୍ଗଜ ତାମିଲ,ତେଲୁଗୁ ଏବଂ କନ୍ନଡ଼ ଅଭିନେତା-ଫିଲ୍ମମେକର ଅର୍ଜ୍ଜୁନ ସରଜାଙ୍କ ଝିଅ। ତାଙ୍କୁ ପ୍ରଶଂସକ ଆକ୍ସନ୍ କିଙ୍ଗ୍ ମଧ୍ୟ କୁହନ୍ତି। ସୋସିଆଲ୍ ମିଡିଆରେ ପ୍ରଶଂସକ ଐଶ୍ବର୍ଯ୍ୟାଙ୍କ ଶୀଘ୍ର ଆରୋଗ୍ୟ ହେବାକୁ ମ୍ୟାସେଜ କରୁଛନ୍ତି। ଐଶ୍ବର୍ଯ୍ୟାଙ୍କ ପୂର୍ବରୁ ଅର୍ଜ୍ଜୁନ ସରଜାଙ୍କ ପୁତୁରା ଧ୍ରୃବ ସରଜା ଏବଂ ତାଙ୍କ ପତ୍ନୀଙ୍କୁ କରୋନା ହୋଇଥିଲା। ଐଶ୍ବର୍ଯ୍ୟା ଦିବଂଗତ ଅଭିନେତା ଚିରଞ୍ଜିବୀ ସରଜାଙ୍କ କଜିନ୍। ଚୀରଞ୍ଜିବୀ ସରଜାଙ୍କ ଜୁନ୍ ୭ତାରିଖରେ ହୃଦଘାତରେ ପରଲୋକ ହୋଇଥିଲା।

   Related Posts