Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କରୋନା ଭାଇରସ୍‌ର ଶିକାର ହେଲେ ଅଭିନେତା କିରଣ କୁମାର, ଅଛନ୍ତି ହୋମ୍ କ୍ବାରେଣ୍ଟାଇନ୍‌ରେ

24/05/2020 at 7:22 AM

ମୁମ୍ବାଇ ୨୪।୫: ସାରା ଦେଶରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମଣ ବଢିବାରେ ଲାଗିଛି । ଏହି ସମୟ ମଧ୍ୟରେ ବଲିଉଡ୍ ର ପ୍ରଖ୍ୟାତ ଅଭିନେତା କିରଣ କୁମାର ମଧ୍ୟ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଛି । କିରଣ ନିଜେ ଏ ନେଇ ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିରଣଙ୍କର କରୋନା ଭାଇରସ୍‌ର କୌଣସି ଲକ୍ଷଣ ନଥିଲା । ସେ ସଂପୂର୍ଣ୍ଣ ଠିକ୍ ଥିଲେ । ତାଙ୍କର କାଶ, ଜ୍ବର ନଥିଲା କିମ୍ବା ନିଶ୍ବାସ ନେବାରେ କୌଣସି ଅସୁବିଧା ନଥିଲା । କିନ୍ତୁ ଯେତେବେଳେ ତାଙ୍କର କୋରାନା ଟେଷ୍ଟ କରାଯାଇଥିଲା ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ରିପୋର୍ଟ ଆସିବା ପରେ ବର୍ତ୍ତମାନ କିରଣ ତାଙ୍କ ଘରେ କ୍ବାରେଣ୍ଟାଇନରେ ଅଛନ୍ତି । ସୋମବାର କିମ୍ବା ମଙ୍ଗଳବାର ଦିନ ସେ ପୁଣିଥରେ ଟେଷ୍ଟ କରାଇବେ ବୋଲି ଜଣାପଡିଛି । କିରଣ କହିଛନ୍ତି ଯେ, ଘରେ ଦୁଇଟି ମହଲା ଅଛି । ତାଙ୍କ ପତ୍ନୀ ଏବଂ ପିଲାମାନେ ପ୍ରଥମ ମହଲାରେ ରୁହନ୍ତି ଏବଂ ସେ ଉପର ମହଲାରେ ଆଇସୋଲେସନରେ ରହୁଛନ୍ତି । ପରିବାର ସହ ଫୋନ୍ ମାଧ୍ୟମରେ ସେ କଥାବାର୍ତ୍ତା ହେଉଛନ୍ତି ।

କିରଣ ଏକ ୱେବସାଇଟ୍ ସହିତ କଥା ହୋଇ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ଆମ ସମସ୍ତଙ୍କୁ ପଜିଟିଭ୍ ହେବାକୁ ପଡିବ । କରୋନାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଆମକୁ ଏହାର ମୁକାବିଲା କରିବାକୁ ପଡିବ । ସେ କହିଥିଲେ ଯେ, ସେ ନିୟମିତ ବ୍ୟାୟାମ କରୁଛନ୍ତି ଏବଂ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି । ଆମକୁ ଏହି ଭାଇରସ୍ କବଳରୁ ସାରା ଭାରତକୁ ରକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କିରଣଙ୍କ ପୂର୍ବରୁ କାନିକା କପୁର, ଜୋୟା ମୋରାନି, ତାଙ୍କ ଭଉଣୀ ଶାଜା ମୋରାନି ଏବଂ ତାଙ୍କ ବାପା କରିମ ମୋରାନି ମଧ୍ୟ ଏହି ମହାମାରୀର ଶିକାର ହୋଇଥିଲେ ।

   Related Posts