ଟେଲିଭିଜନର ଏହି ୫ ଜଣ ଅଭିନେତ୍ରୀଙ୍କ ସହ କେହି କରିବାକୁ ଚାହାନ୍ତି ନାହିଁ କାମ! କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | August 28, 2019 IST

ମୁମ୍ବାଇ୨୮|୮: ଟେଲିଭିଜନରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁଯୋଗ ପାଇ ସାରିଛନ୍ତି। ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ଏବେ ବଡ ପରଦାରେ ଧମାଲ କରୁଛନ୍ତି।

ସିରିଏଲ କରୁଥିବା କିଛି ଅଭିନେତ୍ରୀ ବଲିଉଡକୁ ମଧ୍ୟ ହିଟ୍‌ ଫିଲ୍ମ ଦେଇଛନ୍ତି। ହେଲେ ଟିଭି ଜଗତରେ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ସହ କାମ କରିବାକୁ କେହି ପ୍ରସ୍ତୁତ ହେଉନାହାନ୍ତି। ତେବେ ଆସନ୍ତୁ ନଜର ପକାଇବା ଏହି ୫ଜଣ ଟେଲିଭିଜନ ଅଭିନେତ୍ରୀଙ୍କ ଉପରେ।

{"id":150072}

୧- ଅସ୍ମିତା ସୁଦ୍‌- ଟେଲିଭିଜନ ଅଭିନେତ୍ରୀ ଅସ୍ମିତା ସୁଦ୍‌ ଅନେକ ଟଭି ସିରିଏଲରେ କାମ କରିଛନ୍ତି। ହେଲେ ନିଜ ଷ୍ଟାର ଓ ଷ୍ଟାଫମାନଙ୍କ ସହ ଭଲ ବ୍ୟବହାର କରନ୍ତି ନାହିଁ। ଏହି କାରଣ ଯୋଗୁଁ ତାଙ୍କ ସହ କେହି କାମ କରିବାକୁ ପସନ୍ଦ କରନ୍ତି ନାହିଁ।

{"id":150074}

୨- ସାଇନୀ ଦୋଷି- ମଡେଲମାନଙ୍କ ମଧ୍ୟରୁ ଦୋଷୀ ବେଶ ହଟ୍‌ ଓ ସେକ୍ସି। ଅନେକ ଟିଭି ସିରିଏଲରେ କାମ କରିଛନ୍ତି ନିଶି। ହେଲେ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିଥିବାରୁ ତାଙ୍କୁ କେହି ପସନ୍ଦ କରନ୍ତି ନାହିଁ। ଏଥିପାଇଁ ତାଙ୍କ ସହ କାମ କରିବାକୁ କିଛି ଷ୍ଟାର ଚାହାନ୍ତିନି।

{"id":150075}

୩- ଅଙ୍କିତା ଲୋଖଣ୍ଡେ- ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନିଜଠୁ ବଡ କଳାକାରଙ୍କ ସହ ସେଟ୍‌ରେ ଯୁକ୍ତି ତର୍କ କରନ୍ତି। ଏଥିପାଇଁ ଅଧିକାଂଶ ଷ୍ଟାର ତାଙ୍କୁ ପସନ୍ଦ କରନ୍ତି ନାହିଁ।

{"id":150076}

୪- ଶିଲ୍ପା ଆନନ୍ଦ- ଫେମସ ସିରିଏଲ ଦିଲ ମିଲ ଗଏର ଅଭିନେତ୍ରୀ ଶିଲ୍ପା ବହୁ ଛୋଟ ଛୋଟ କଥା ପାଇଁ ମହାଭାରତ ସୃଷ୍ଟି କରନ୍ତି। ଶିଲ୍ପାଙ୍କର ଏହି ଗୁଣ ପାଇଁ ତାଙ୍କ ସହ କେହି ଅଭିନୟ କରିବା ପସନ୍ଦ କରନ୍ତି ନାହିଁ।   

{"id":150077}

୫- ନିୟା ଶର୍ମା- ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଏକ ହଜାରୋ ମେ ମେରୀ ବେହେନା ହୈ ଧାରାବାହିକରେ ଅଭିନୟ କରି ଅନେକ ପ୍ରତିଷ୍ଠା ଲାଭ କରିଥିବା ନିୟା ଅଧିକାଂଶ ସମୟ କଳାକାରଙ୍କ ସହ ଦୁର୍ବ୍ୟବହାର କରନ୍ତି। ନିଜ ସହ କଳାକାର ରବି ଦୁବେଙ୍କ ସହ ମଧ୍ୟ ଝଗଡା କରିଥିଲେ ନିୟା। ଏହି କାରଣ ଯୋଗୁଁ ତାଙ୍କୁ କେହି ପସନ୍ଦ କରନ୍ତି ନାହିଁ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.