ସୁଶାନ୍ତଙ୍କ ମୃତ୍ୟୁର କାରଣ 'ଆତ୍ମହତ୍ୟା': ସକାଳ ୧୦ଟା ୧୦ ମିନିଟରେ ଚାଲି ଯାଇଥିଲା ଜୀବନ-ସ୍ପଷ୍ଟ କଲା ଏମ୍ସ

Published By : Prameya-News7 Bureau | June 15, 2021 IST

ମୁମ୍ବାଇ ୧୫/୦୬ : ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଜଣେ ଦକ୍ଷ କଳାକାରଙ୍କୁ ହରାଇଛି। ୨୦୨୦ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ଘରେ ୩୪ ବର୍ଷିୟ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ସୁଶାନ୍ତଙ୍କ ମୃତ୍ୟୁର ଏକ ବର୍ଷ ପରେ ମୃତ୍ୟୁ ସହ ଜଡିତ ପ୍ରଶ୍ନର ଉତ୍ତର ଏବେ ବି ଖୋଜା ଚାଲିଛି। ଖବର ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁଁ ହିଁ ହୋଇଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ସ୍ପଷ୍ଟ କରିଛି। ଏହା ସହିତ ରିପୋର୍ଟରେ ଆତ୍ମହତ୍ୟା ସମୟ ସକାଳ ୧୦ଟା ୧୦ ମିନଟ ସମୟରେ ହୋଇଥିବା କୁହାଯାଇଛି।

ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ, ଯାଞ୍ଚରେ AIIMS ର ଫୋରେନସିକ୍ ଟିମ୍ ଜାଣିବାକୁ ପାଇଛି ଯେ ଅଭିନେତା କୌଣସି ନିଶା ସେବନ କରିନଥିଲେ କିମ୍ବା ତାଙ୍କ ଶରୀରରେ କୌଣସି ଆଘାତ ବା କ୍ଷତ ଚିହ୍ନ ମଧ୍ୟ ନଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ସୁଶାନ୍ତ ୨୦୨୦ ଜୁନ ୧୪ ତାରିଖ ସକାଳ ୧୦ଟା ୧୦ ମିନିଟରେ ଆତ୍ମହତ୍ୟା କରିଥିଲେ। ସେ ସକାଳ ୯:୩୦ ରେ ଏକ ଗ୍ଲାସ୍ ପାଣି ଏବଂ ଡାଳିମ୍ବ ରସ ପିଇଥିଲେ। ନିଜ ଘରୋଇ ସହାୟକଙ୍କୁ ସେ ଏସବୁ ମାଗିଥିଲେ।

ଫୋରେନସିକ୍ ଯାଞ୍ଚ ଟିମର ନେତୃତ୍ୱ ନେଇଥିବା ଏମ୍ସ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି, “ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରାଯାଇଛି। AIIMS ର ମେଡିକାଲ ବୋର୍ଡ ମୁମ୍ବାଇ ଯାଇ କ୍ରାଇମ ସିନ୍ ରିକ୍ରିଏଟ୍ କରିଥିଲା। ୭ ଜଣିଆ ଡାକ୍ତରଙ୍କ ଟିମ୍ ଯାଞ୍ଚରୁ ଜାଣିବାକୁ ପାଇଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର କାରଣସୁଫୋକେସନ୍ ଅର୍ଥାତ ଆତ୍ମହତ୍ୟା।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁଶାନ୍ତଙ୍କ ସହକର୍ମୀମାନେ ତାଙ୍କୁ ମନେ ପକାଇଛନ୍ତି। ଫେସବୁକ୍, ଇନଷ୍ଟାଗ୍ରାମରେ ସେମାନେ ନିଜର ଭାବନା ପ୍ରକାଶ କରିଛନ୍ତି। ଅପରପକ୍ଷରେ ସୁଶାନ୍ତଙ୍କ ପ୍ରଶଂସକ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଗ୍ରହଣ କରିବାକୁ ରାଜି ହେଉନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.