Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସୁଶାନ୍ତଙ୍କ ମୃତ୍ୟୁ ଖବର ସହିପାରିଲେନି ଭାଉଜ, ଡିପ୍ରେସନ ଯୋଗୁଁ ଚାଲିଗଲା ଜୀବନ…

16/06/2020 at 8:01 AM

ପାଟନା ୧୬।୬: ପଞ୍ଚଭୂତରେ ଲୀନ ହୋଇଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତ । ତାଙ୍କ ମୃତ୍ୟୁ ପରେ ପରିବାର, ଫ୍ୟାନ୍ସ ଏବଂ ପୁରା ବଲିଉଡ୍ ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛି । ଏମିତି କି ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ତାଙ୍କ ସଂପର୍କୀୟ ଭାଉଜ ଶୁଣିବା ପରେ ଡିପ୍ରେସନରେ ଚାଲିଯାଇଥିଲେ । ଏହାପରେ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି । ସୋମବାର ଦିନ ଦିଅର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ବିହାରର ପୁର୍ନିୟା ଜିଲ୍ଲାର ପୈତୃକ ଗ୍ରାମରେ ରହୁଥିବା ଭାଉଜ ସୁଧା ଦେବୀଙ୍କର ମୃତ୍ୟୁ ହୋଇଛି ।

ସୁଶାନ୍ତ ସିଂ ରାଜପୁତଙ୍କ ପୈତୃକ ଗାଁ ହେଉଛି ପୁର୍ନିୟା ଜିଲ୍ଲାର ମାଲଡିହା । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଗାଁରେ ପହଞ୍ଚିବା ମାତ୍ରେ ତାଙ୍କ ସମ୍ପର୍କୀୟ ଭାଉଜ ସୁଧା ଦେବୀ ଝଟକା ଲାଗିଥିଲା । ସେ ମଧ୍ୟ ସଙ୍ଗେ ସଙ୍ଗେ ଡିପ୍ରେସନର ଶିକାର ହୋଇଯାଇଥିଲେ । ସେ ଖାଇବା ପିଇବା ବନ୍ଦ କରିଦେଇଥିଲେ । ଏଠାରେ ସୁଶାନ୍ତଙ୍କର ମୁମ୍ବାଇରେ ଶବଦାହ କରାଯାଉଥିବା ବେଳେ ସୁଧା ଦେବୀଙ୍କ ମୃତ୍ୟୁ ଖବର ଆସିଥିଲା ।

ପରିବାରର ନିକଟ ସଂପର୍କୀୟଙ୍କ କହିବା ଅନୁସାରେ, ମୁମ୍ବାଇରେ ସୁଶାନ୍ତ ସିଂ ରାଜପୁତଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହେଉଥିବା ବେଳେ ସୁଧା ଦେବୀଙ୍କ ମୃତ୍ୟୁ ଘଟିଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ, ବର୍ତ୍ତମାନ ତାଙ୍କ ସମ୍ପର୍କୀୟ ଭାଉଜଙ୍କ ମୃତ୍ୟୁ ହେବା ପରେ ସାରା ପରିବାର ଦୁଃଖରେ ଭାଙ୍ଗି ପଡିଛି ।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ଭିଲେ ପାର୍ଲେରେ ଥିବା ଶ୍ମଶାନ ଘାଟରେ ଅନୁଷ୍ଠିତ ହୋଇଥିଲା । ଆଶ୍ରୁଳ ଆଖିରେ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ପରିବାର, ସାଙ୍ଗସାଥୀ ଓ ଫ୍ୟାନ୍ସ । ଶ୍ରଦ୍ଧା କପୁର, ଅରୁଣ ଶୌରୀ ଏବଂ ବିବେକ ଓବେରାୟଙ୍କ ସମେତ ଅନେକ ତାରକା ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ତାଙ୍କର ଘନିଷ୍ଠ ବନ୍ଧୁ ରିୟା ଚକ୍ରବର୍ତ୍ତୀ ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।

ଅନ୍ତିମ ସଂସ୍କାର ପୂର୍ବରୁ ଅପରାହ୍ନ ସୁଦ୍ଧା ବିହାରର ପାଟନା, ପୂର୍ଣ୍ଣିଆ ଏବଂ ସାହାରାଠାରୁ ସୁଶାନ୍ତଙ୍କ ବାପା ଏବଂ ସଂପର୍କୀୟ ମୁମ୍ବାଇରେ ପହଞ୍ଚିଥିଲେ । ପରିବାରଲୋ ବିଶ୍ବାସ କରିବାକୁ ପ୍ରସ୍ତୁତ ନଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ, ସୁଶାନ୍ତ ଫାଶରେ ଝୁଲି ରହିବା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି। ଶରୀରରେ ବିଷ କିମ୍ବା ଅନ୍ୟ କୌଣସି କାରଣ ବିଷୟରେ କୌଣସି ଉଲ୍ଲେଖ କରାଯାଇନାହିଁ।

ଭିସେରା ନମୁନାକୁ ସୁରକ୍ଷିତ ରଖାଯାଇଛି । ଯାହା ଫୋରେନସିକ୍ ଲ୍ୟାବକୁ ପଠାଯିବ । ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ସ୍ପଷ୍ଟ କରିଛନ୍ତି ଯେ, ସେ କିଛି ମାସ ଧରି ଡିପ୍ରେସନରେ ଥିଲେ । ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ଅନ୍ୟପଟେ ସୁଶାନ୍ତଙ୍କ ଆତ୍ମହତ୍ୟା କରିବାର କାରଣ ଖୋଜିବା ପାଇଁ ପୋଲିସ ପ୍ରଥମେ ତାଙ୍କ ଫୋନ୍ ରେକର୍ଡ ଖୋଜିବା ଆରମ୍ଭ କରିଛି ।

   Related Posts