ସୁଶାନ୍ତଙ୍କ ଆତ୍ମହତ୍ୟା ଉପରେ କହିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ, ବଲିଉଡରେ ଥିବା ପରସ୍ପର ଶତ୍ରୁତାର ମଧ୍ୟ ହେବ ଯାଞ୍ଚ

Published By : Prameya-News7 Bureau | June 15, 2020 IST

ମୁମ୍ବାଇ ୧୫।୦୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହା ପରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏହା ମଧ୍ୟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି ଯେ, ପୋଲିସ ଏହି ମାମଲାରେ ବଲିଉଡରେ ପରସ୍ପର ମଧ୍ୟରେ ଥିବା ଶତ୍ରୁତାର ଦିଗକୁ ନେଇ ମଧ୍ୟ ଯାଞ୍ଚ କରିବ। କ୍ରାଇମବ୍ରାଞ୍ଚ ତଦନ୍ତରେ ଜୁଟି ଯାଇଛି।

ସୁଶାନ୍ତ ସିଂହ ରାଜପୁତଙ୍କ ଆକସ୍ମିକ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳି ଯାଇଛି। ବଲିଉଡର ବଡ ବଡ ଅଭିନେତା ସୁଶାନ୍ତ ସିଂହଙ୍କ ପରଲୋକରେ ଶୋକ ବ୍ୟକ୍ତ କରୁଛନ୍ତି। ଅନ୍ୟପଟେ ସୁଶାନ୍ତ ଅବସାଦରେ ରହୁଥିଲେ ଏବଂ ଡିପ୍ରେସନ ଲାଗି ଔଷଧ ଖାଉଥିଲେ ବୋଲି କୁହାଯାଉଛି। କିନ୍ତୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଏହି ସବୁ ଖବରକୁ ମିଛ ବୋଲି କହିଛନ୍ତି। ସେ କହିଛନ୍ତି ସୁଶାନ୍ତ ମାନସିକ ଭାବେ ବହୁତ ଦୃଢ ଥିଲେ।

ଏହି ସମୟରେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣଓ୍ବତ ଏକ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କଙ୍ଗନା ସିଧାସଳଖ ବଲିଉଡ୍‌କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି। ଦୁର୍ବଳ ମଣିଷ ଡିପ୍ରେସନ ଆସି ଆତ୍ମହତ୍ୟା କରିଥାଆନ୍ତି। କିନ୍ତୁ ସୁଶାନ୍ତ ସେହିଭଳି ମଣିଷ ନୁହଁନ୍ତି। ଗତକିଛି ଦିନ ତଳେ ସୁଶାନ୍ତ କହିଥିବା କଥାକୁ ପୁଣି ଥରେ କଙ୍ଗନା କହିଛନ୍ତି। ସୁଶାନ୍ତ କହିଥିଲେ, ପ୍ଲିଜ୍‌ ତାଙ୍କ ପିଲ୍ମ ଦେଖନ୍ତୁ, ତାଙ୍କର କେହି ଗଡ଼ ଫାଦର ନାହାନ୍ତି। ନ ହେଲେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାହାର କରି ଦେବେ। ଏ ଇଣ୍ଡଷ୍ଟ୍ରି କାହିଁକି ତାଙ୍କୁ ନିଜର ଭାବୁ ନାହିଁ। କେଦାନାଥ, ଏମ୍‌ଏସ୍‌ ଧୋନୀ ଏବଂ ଛିଛୋରେ ଭଳି ହିଟ୍ ଫିଲ୍ମକୁ କାହିଁକି ଆଓ୍ବାର୍ଡ ମିଳିଲା ନାହିଁ। ସେ ଆତ୍ମହତ୍ୟା କରିବା ପରେ ବିଭିନ୍ନ ଲୋକ ବିଭିନ୍ନ କଥା କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.