କାଲି ମୁମ୍ବାଇରେ ହୋଇପାରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର, ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | June 14, 2020 IST

ମୁମ୍ଵାଇ ୧୪।୦୬: ଅଭିନେତା ସୁଶାନ୍ତ ରାଜପୁତ ଆଉ ଦୁନିଆରେ ନାହାନ୍ତି। ସେ ରବିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତ କଣ ପାଇଁ ଆତ୍ମହତ୍ୟା କଲେ ତାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ହେଲେ ସୁଶାନ୍ତଙ୍କ ସାଙ୍ଗ ପୋଲିସଙ୍କୁ କହିଛନ୍ତି ଯେ, ସେ ଗତ ୬ ମାସ ହେବ ମାନସିକ ଚାପରେ ରହୁଥିଲେ ଏବଂ ଠିକ୍ ସମୟରେ ଔଷଧ ଖାଉନଥିଲେ। ପୋଲିସ ସୁଶାନ୍ତଙ୍କ ଘରୁ ଡିପ୍ରେସନ ଲାଗି ନେଉଥିବା  ଚିକିତ୍ସାର ଫାଇଲ ପାଇଛି। ସୁଶାନ୍ତଙ୍କ ମର ଶରୀରକୁ ଶବ ବ୍ୟବଚ୍ଛେଦ ଲାଗି ହସ୍ପିଟାଲ ପଠାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଆସନ୍ତାକାଲି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯିବ। ଅନ୍ତିମ ସଂସ୍କାର ମୁମ୍ବାଇରେ ହୋଇପାରେ ବୋଲି କୁହାଯାଉଛି।

{"id":286328,"sizeSlug":"large"}

ଡିସିପି ଅଭିଷେକ ତ୍ରିମୁଖେ କହିଛନ୍ତି , ସୁଶାନ୍ତଙ୍କ ଘରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ। ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା। ଆସନ୍ତାକାଲି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯିବ। ତାଙ୍କ ପରିବାର ଲୋକ ଏବଂ ପିତାଙ୍କ ମୁମ୍ବାଇ ଆସିବାକୁ ଅପେକ୍ଷା କରାଯାଇଛି। କରୋନା ଭାଇରସ୍‌ କାରଣରୁ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ କେବଳ ନିଜର ଲୋକ ସାମିଲ ହେବେ।

ଅନ୍ୟପଟେ ସୁଶାନ୍ତ ସିଂହ ରାଜପୁତଙ୍କ ଡକ୍ୟୁମେଣ୍ଟରେ ନାମରେ ଫରକ ଥିବାରୁ ଶବ ବ୍ୟବଚ୍ଛେଦରେ ବିଳମ୍ବ ଘଟିପାରେ। ପୋଲିସ ଏହା  ଜାଣିବାକୁ ଚେଷ୍ଟା କରୁଛି ଯେ, କଣ ସୁଶାନ୍ତ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ପୋଲିସ ତାଙ୍କ ବ୍ୟାଙ୍କ ତଥ୍ୟ ମଗାଇଛି। ହେଲେ ଆଜି ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିଛି ଏବଂ କାଲି ସୋମବାର ବ୍ୟାଙ୍କ ଡିଟେଲ୍‌ ପୋଲିସକୁ ମିଳିଯିବ। ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚ ଟିମ୍ ସୁଶାନ୍ତଙ୍କ ସେହି ଡାକ୍ତରଙ୍କୁ ମଧ୍ୟ ପଚରାଉଚୁରା କରିବାକୁ ଚାହୁଁଛି ଯିଏ ତାଙ୍କର ଡିପ୍ରେସନର ଚିକିତ୍ସା କରୁଥିଲେ।

{"id":286329,"sizeSlug":"large"}

ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଘରେ ୨ ରୋଷେୟା ଓ ଦୁଇ ଜଣ ସାଙ୍ଗ ରହୁଥିଲେ। ଜଣେ ସାଙ୍ଗ କହିଛନ୍ତି, ସୁଶାନ୍ତ ମାନସିକ ଚାପଗ୍ରସ୍ତ କାରଣରୁ ଔଷଧ ଖାଉଥିଲେ। ସେ ଲକ୍‌ଡାଉନ୍‌ରେ ଜର୍ଣ୍ଣାଲ ମଧ୍ୟ ଲେଖୁଥିଲେ। ସୁଶାନ୍ତ ସକାଳ ୧୦ଟାରେ ରୁମରୁ ବାହାରକୁ ଆସିଥିଲେ। ପୁଣି ଜୁସ୍‌ ଗ୍ଲାସ୍ ଧରି ଭିତରକୁ ଚାଲି ଯାଇଥିଲେ। ତାଙ୍କ ସାଙ୍ଗ କହିଛନ୍ତି ଯେ, ସକାଳେ ସେ ଠିକ୍ ଥିଲେ। କିନ୍ତୁ ରୁମକୁ ଯିବା ପରେ ଆଉ ବାହାରିନଥିଲେ। ଦୀର୍ଘ ସମୟ ସୁଶାନ୍ତ କବାଟ ନଖୋଲିବାରୁ ସାଙ୍ଗମାନେ କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସୁଶାନ୍ତଙ୍କ ମ୍ୟାନେଜର ତାଲା ଭଙ୍ଗାଳିଙ୍କୁ ଡାକିବା ପରେ କବାଟ ଖୋଲା ଯାଇଥିଲା। ଭିତରେ ସୁଶାନ୍ତଙ୍କ ଶରୀର ଫାଶିରେ ଝୁଲୁଥିଲା। ଏହା ପରେ ଚାକର ପୋଲିସକୁ ଫୋନ କରି ଘଟଣା ବିଷୟରେ ସୂଚନା ଦେଇଥିଲେ। ମୁମ୍ବାଇ ପୋଲିସ ସଂପ୍ରତି ତଦନ୍ତରେ ଜୁଟି ଯାଇଛି। ଉଲ୍ଲେଖଯୋଗ୍ୟ ଚାରି ଦିନ ପୂର୍ବେ ସୁଶାନ୍ତଙ୍କ ମ୍ୟାନେଜର ଦିଶା ମଧ୍ୟ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

{"id":286330,"sizeSlug":"large"}

ମୁମ୍ବାଇ ପୋଲିସର ମୁଖପାତ୍ର ଡିସିପି ପ୍ରଣୟ ଅଶୋକ ସୁଶାନ୍ତ ଆତ୍ମହତ୍ୟା କରିଥିବା କହିଛନ୍ତି। ଅଭିନେତାଙ୍କ ଘରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ପୋଲିସ୍ ମାମଲାର ଯାଞ୍ଚ କରୁଛି। ପୋଲିସ ସୂତ୍ର ଅନୁଯାୟୀ, ସୁଶାନ୍ତ ଗତ ଛଅ ମାସ ମାନସିକ ଚାପ ଦେଇ ଗତି କରୁଥିଲେ।

ନ୍ୟାୟିକ ତଦନ୍ତ ଦାବି କଲେ ମାମା

ସୁଶାନ୍ତଙ୍କ ମୃତ୍ୟୁ ଖବରରେ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ପୁଅର ଆତ୍ମହତ୍ୟା ଖବର ଶୁଣି ତାଙ୍କ ବୃଦ୍ଧ  ବାପାଙ୍କ ସ୍ଵାସ୍ଥ୍ୟ ବିଗିଡି ଯାଇଛି। ସୁଶାନ୍ତଙ୍କ ମାମା ଏବଂ ପରିବାର ଲୋକ ଏହି ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ପରିବାର ଲୋକଙ୍କ ଅନୁଯାୟୀ ସୁଶାନ୍ତ ଏକ ବଙ୍ଗାଳୀ ଯୁବତୀଙ୍କୁ ନେଇ ଚିନ୍ତିତ ଥିଲେ। ପିତା କିଛି ଦିନ ଭିତରେ ସୁଶାନ୍ତଙ୍କୁ ଭେଟିଥାନ୍ତେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.