ନିଟ୍ ବିରୋଧରେ ଅଭିନେତା ସୂର୍ଯ୍ୟା, ତାମିଲନାଡୁରେ ଆରମ୍ଭ ହେଲା ବିବାଦ

Published By : Prameya-News7 Bureau | September 15, 2020 IST

ଚେନ୍ନାଇ ୧୫/୦୯: ନିଟକୁ ନେଇ ତାମିଲନାଡୁରୁ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ଅଭିନେତା ସୂର୍ଯ୍ୟା କହିଛନ୍ତି ଅଦାଲତର ସବୁ କାମ ଅନଲାଇଇନ ମାଧ୍ୟମରେ ହେଉଛି କିନ୍ତୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ କୁହାଗଲା। ତେବେ ତାଙ୍କର ଏଭଳି ବୟାନକୁ ମାଡ୍ରାସ ଉଚ୍ଚ ନ୍ୟାୟଳାୟ ତୀବ୍ର ବିରୋଧ କରିଛନ୍ତି। ଜଣେ ନ୍ୟାୟଧୀଶ କହିଛନ୍ତି ଅଦାଲତ ଅବମାନନା କରିଥିବାରୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ସହ ପୂର୍ବତନ ଛଅ ଜଣ ନ୍ୟାୟଧୀଶ ମଧ୍ୟ ଅଭିନେତାଙ୍କ ବୟାନକୁ ବିରୋଧ କରିଛନ୍ତି। ତାମିଲନାଡୁ ଆଡଭୋକେଟ ଆସୋସେନ୍ ନ୍ୟାୟଧୀଶଙ୍କ ସମର୍ଥନ କରିବା ସହ ଅଭିନେତାଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ତେବେ କିଛି ବିଶିଷ୍ଟ ଓକିଲ ଏଭଳି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି।

ସିଂଘମ ଅଭିନେତା ତାମିଲ ସମାଜ ସହ ନିଟ୍ ପରୀକ୍ଷା ବିରୋଧରେ ଏକଜୁଟ୍ ହେବାକୁ କହିଥିଲେ। ଗରିବ ପରୀକ୍ଷାର୍ଥୀଙ୍କ ଡାକ୍ତର ହେବା ସ୍ବପ୍ନକୁ କଥିତ ଭାବେ ଭାଙ୍ଗି ଦିଆଯାଉଛି। ସେପ୍ଟେମ୍ବର ୧୨ରେ ତିନି ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟାକୁ ଇଙ୍ଗିତ କରି ସୂର୍ଯ୍ୟା କହିଛନ୍ତି, ‘ଯଦି ଆମେ ଏବେଠୁ ସତର୍କ ନ ହେବା ତେବେ ବାରମ୍ବାର ଏଭଳି ଘଟଣା ଘଟିବ। ନିର୍ଦୋଷ ପରୀକ୍ଷାର୍ଥୀଙ୍କ ମୃତ୍ୟୁକୁ ଦେଖି ମୂକଦର୍ଶକ ସାଜିବ ଠିକ୍ ନୁହେଁ। ଅଦାଲତ ଭିଡିଓ କନଫରେନ୍ସି ଜରିଆରେ ନ୍ୟାୟ ଦେଉଛନ୍ତି କିନ୍ତୁ ପରୀକ୍ଷାର୍ଥୀଙ୍କୁ ଭୟଭୀତ ନ ହୋଇ ପରୀକ୍ଷା ଦେବାକୁ ଆଦେଶ ଦେଉଛନ୍ତି।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.