Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କୃତଜ୍ଞତାର ଚିହ୍ନ ‘ ସାେନୁ ସୁଦ୍‌ ଓ୍ୱେଲଡିଂ ସପ୍‌ ‘ : ଅଭିନେତା କହିଲେ ଓଡିଶା ଗଲେ ନିଶ୍ଚୟ ଯିବି

20/07/2020 at 2:44 PM

କେନ୍ଦ୍ରାପଡା ୨୦।୦୭: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‍ଙ୍କ ଉପକାର ପାଇ ତାଙ୍କୁ ନିଆରା ଢଙ୍ଗରେ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରାପଡ଼ାର ଜଣେ ଯୁବକ । ସୋନୁଙ୍କ ନାଁରେ ରାଜନଗର ଥାନା ହାତୀନା ଛକରେ ଭଡ଼ାଘରେ ଏକ ୱେଲ୍‌ଡିଂ ଦୋକାନ ଖୋଲିଛନ୍ତି ଡେରା ପଞ୍ଚାୟତ ଚିଂଚିରି ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ । ଯାହାକୁ ନେଇ ଏବେ ସେ ସାଧାରଣରେ ବେଶ୍‌ ଚର୍ଚ୍ଚା ଏବଂ ପ୍ରଶଂସା ସାଉଁଟିଛନ୍ତି ପ୍ରଶାନ୍ତ ।

ସୋନୁ ସୁଦ ନାମରେ ଏକ ୱେଲଡିଂ ଦୋକାନ ଖୋଲି ଚର୍ଚ୍ଚାରେ କେନ୍ଦ୍ରପଡା ରାଜନଗର ବ୍ଲକ ଚିଂଚିରି ଗାଁର ପ୍ରଶାନ୍ତ କୁମାର ପ୍ରଧାନ । ଗତ ମେ ମାସରେ କେରଳ କାମ କରିବାକୁ ଯାଇ କରୋନା କଟକଣା ଯୋଗୁଁ ପ୍ରଶାନ୍ତ ଫସିଯାଇଥିଲେ । କେରଳରେ ଓଡିଆଙ୍କ ଅସୁବିଧା ନେଇ ସୋସିଆଲ ମିଡିଆରେ ଭିଡିଓ ଛାଡିବା ପରେ ସହାୟତା କରିବାକୁ ଆଗେଇ ଆସିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ଏକ ସ୍ୱତନ୍ତ୍ର ବିମାନରେ ଓଡିଶାର ୧୬୯ଜଣଙ୍କୁ ଭୁବନେଶ୍ୱର ପଠାଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପ୍ରଶାନ୍ତ ପ୍ରଧାନ । ଘରକୁ ଫେରିବା ପରେ ପରିବାର ଚଳାଇବା ପାଇଁ କ’ଣ କରିବେ ସେ ଚିନ୍ତାରେ ପଡ଼ି ଯାଇଥିଲେ । ପ୍ରଶାନ୍ତ ପାଣି ପାଇପ୍‌ କାମ କରିବା ସହ ୱେଲ୍‌ଡିଂ ବିଦ୍ୟାରେ ବି ପାରଙ୍ଗମ ଥିଲେ । କାମ ଖୋଜିଥିଲେ ବି ନମିଳିବାରୁ ଶେଷରେ ଏକ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ଦୋକାନଟି ସେ ସୋନୁଙ୍କ ନାଁରେ ଖୋଲିବାକୁ ଚାହିଁଥିଲେ ତାଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ । ଆଉ ଏଥିଲାଗି ଅନମୁତି ଲୋଡ଼ିଥିଲେ ସୋନୁ ସୁଦ୍‌ଙ୍କ ତାଙ୍କ ନାଁ ଓ ଫଟୋ ବ୍ୟବହାର କରି ଏକ ଫ୍ଲେକ୍ସ ତିଆରି କରିବାକୁ । ସୋନୁଙ୍କ ସହ ଫୋନ୍‌ରେ କଥା ହେବା ପରେ ସେ ହଁ ଭରି ଦେଇଥିଲେ । ଫ୍ଲେକ୍ସ ଡିଜାଇନ୍‌ କରି ତାଙ୍କ ପାଖକୁ ହ୍ୱାଟସ୍‌ଆପ୍‌ରେ ପଠାଇଥିଲେ । ଯାହା ସୋନୁଙ୍କ ପସନ୍ଦ ଆସିଥିବାର କୁହନ୍ତି ପ୍ରଶାନ୍ତ ।

ସୋନୁ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେବେ ବି ଓଡ଼ିଶା ଆସିବେ ତାଙ୍କ ଦୋକାନକୁ ସେ ନିଶ୍ଚୟ ଯିବେ । ତାଙ୍କ ବାପା ପ୍ରଫୁଲ୍ଲ ପ୍ରଧାନ ମୋଟର ପମ୍ପ୍‌ ମରାମତି କରି ପରିବାର ଗୁଜୁରାଣ କରୁଥିବାବେଳେ ସେ ବହୁକଷ୍ଟରେ ୬୦ ହଜାର ଟଙ୍କା ଯୋଗାଡ଼ କରି ଏହି ୱେଲ୍‌ଡିଂ ଦୋକାନ ଖୋଲିବାକୁ ସମର୍ଥ ହୋଇଥିବା କହିଛନ୍ତି । ସୋନୁ ନିଜେ ଟୁଇଟର ଜରିଆରେ ପ୍ରଶଂସା ମଧ୍ୟ କରିଛନ୍ତି । ଏପରିକି ଗାଁକୁ ଫେରିବା ପରେ ବି ସୋନୁ ଫୋନ କରି ତାଙ୍କ ଭଲ ମନ୍ଦ ବୁଝିଥିବା ପ୍ରଶାନ୍ତ କହିଛନ୍ତି ।

   Related Posts