ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର୍ ହେଲେ ସୋନୁ ସୁଦ, ଫଟୋ ସେୟାର୍ କରି କହିଲେ-ବହୁତ ଗର୍ବ ଅନୁଭବ କରୁଛି

Published By : Prameya-News7 Bureau | August 03, 2021 IST

ନୂଆଦିଲ୍ଲୀ ୦୩/୦୮ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର କରାଯାଇଛି। ସୋନୁ ନିଜେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି।

wp:html
/wp:html

ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇ ସୋନୁ ଲେଖିଛନ୍ତି, ‘ଆଜି ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି ଯେ ଋଷରେ ଆୟୋଜିତ ହେବାକୁ ଥିବା ସ୍ପେଶାଲ୍ ଅଲିମ୍ପିକ୍ସ ମୁଭମେଣ୍ଟର ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ମୋତେ ମନୋନୀତ କରାଯାଇଛି। ମୋର ବିଶ୍ୱାସ ଯେ ଆମର ଖେଳାଳିମାନେ ମଧ୍ୟ ଆମକୁ ଗର୍ବିତ କରିବେ ଏବଂ ମୁଁ ସେମାନଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ।’

ସୋନୁ ସୁଦଙ୍କ ପୋଷ୍ଟ ଅନୁଯାୟୀ, ଆସନ୍ତା ବର୍ଷ ଋଷରେ ଆୟୋଜିତ ହେବାକୁ ଥିବା ୨୦୨୨ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ଖେଳରେ ସେ ଭାରତର ଟିମ୍ ଅଂଶ ହେବେ। ସୋନୁଙ୍କ ପୋଷ୍ଟ ଭାଇରାଲ ହୋଇଛି। ତାଙ୍କ ପୋଷ୍ଟରେ କମେଣ୍ଟ୍‌ ଦେଇ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ଏବଂ ଫ୍ୟାନ୍ସମାନେ ମଧ୍ୟ ତାଙ୍କର ମହାନ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.