Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ସରକାରଙ୍କୁ ସୋନୁ ସୁଦଙ୍କ ଅପିଲ-‘୨୫ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଦିଆଯାଉ ଟିକା’

9/04/2021 at 12:14 PM

ମୁମ୍ବାଇ ୦୯/୦୪ : ଦେଶରେ କରୋନା ସ୍ଥିତି ଭୟାବହ ହୋଇଛି। ଅନେକ ରାଜ୍ୟର ସ୍ଥିତି ଗମ୍ଭୀର ରହିଛି। ମୁମ୍ବାଇ ଓ ଦିଲ୍ଲୀରେ କରୋନା ବେକାବୁ ହୋଇଛି। ଲଗାତାର କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର କରୋନା ନିୟମ କଡାକଡି କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ଦେଶରେ ଟୀକାକରଣ ଚାଲିଛି କିନ୍ତୁ ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି। ଲଗାତାର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା ସୋନୁ ସୁଦ ସରକାରଙ୍କୁ ଅପିଲ କରିଛନ୍ତି ଯେ ୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଶୀଘ୍ର କରୋନା ଟିକା ଦିଆଯାଉ।

ଅଭିନେତା ସୋନୁ ସୁଦ ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ମୁଁ ଅପିଲ କରୁଛି ଯେ ୨୫ ବର୍ଷ ଓ ତାଠାରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଟିକା ଦିଆଯାଉ। ଯେଉଁଭଳି ଭାବେ ମାମଲା ବୃଦ୍ଧି ପାଉଛି ଏବଂ ଛୋଟ ଛୋଟ ପିଲା ବି ସଂକ୍ରମିତ ହେଉଛନ୍ତି, ବର୍ତ୍ତମାନ ସମୟ ଆସିଗଲାଣି ୨୫ ବର୍ଷ ଉପରକୁ ଟିକା ଦେବାକୁ ଘୋଷଣା କରିଦିଅନ୍ତୁ। ଯୁବପିଢ଼ି ଅଧିକ ସଂକ୍ରମିତ ହେଉଛନ୍ତି।

ସୋନୁ ସୁଦ ନିକଟରେ ପଞ୍ଜାବ ଅମୃତସର ହସ୍ପିଟାଲରେ କରୋନା ଟିକା ନେଇଛନ୍ତି। ଏନେଇ ସେ ଟ୍ୱିଟରରେ ସୂଚନା ଦେଇଥିଲେ। ସେ ଟ୍ୱିଟ୍ କରି କହିଥିଲେ ଯେ, “ମୁଁ କରୋନା ଟିକା ନେଇଛନ୍ତି ଏବଂ ଦେଶ ବି ଟିକା ନେଉ। ଆଜିଠାରୁ ଆମେ ଦେଶର ସବୁଠାରୁ ବଡ ଟିକାକରଣ ଅଭିଯାନ ‘ସଞ୍ଜିବନୀ’ ଅଭିଯାନ ଆରମ୍ଭ କରିଛୁ। ଏହି ଅଭିଯାନ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏବଂ ଟିକା ନେବାକୁ ପ୍ରେରିତ କରିବ।”

   Related Posts