ଭେଣ୍ଟିଲେଟରରେ ଅଭିନେତା ଶିବ କୁମାର ବର୍ମା : ତାଙ୍କ ଚିକିତ୍ସା ପାଇଁ ଅମିତାଭ ,ଅକ୍ଷୟଙ୍କୁ ସାହାଯ୍ୟ ମାଗିଲା CINTAA
4/12/2020 at 3:36 PM

ମୁମ୍ବାଇ ୪/୧୨: ୨୦୨୦ ବର୍ଷ ଅନେକ ଅଶୁଭ ଖବର ନେଇ ଆସିଛି। ବଲିଉଡ ବୋଧହୁଏ ଏବର୍ଷକୁ କେବେ ଭୁଲି ପାରିବ ନାହିଁ। ଏବେ ଆଉ ଏକ ଦୁଃଖ ଖବର ଆସିଛି। ସୂଚନା ମିଳିଛି ଯେ ଅନେକ ଶୋ ଏବଂ ଫିଲ୍ମରେ କାମ କରି ସାରିଥିବା ଶିବ କୁମାର ବର୍ମା ଗୁରୁତର ଅସୁସ୍ଥ ଅଛନ୍ତି। କ୍ରୋନିକ୍ ଅବଷ୍ଟ୍ରକଟିଭ ପଲମୋନାରି ଡିଜିଜ(CODP) ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏହା ଏକ ଫୁସଫୁସ୍ ରୋଗ। ଏହାର ସୂଚନା ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ ଦେଇଛି। ଏହା ସହିତ ଆର୍ଥିକ ସାହାଯ୍ୟ ପାଇଁ ସଲମାନ ଖାନ୍,ଅନିଲ କପୁର,ଅକ୍ଷୟ କୁମାର,ଅମିତାଭ ବଚ୍ଚନ,ବିଦ୍ୟା ବାଲାନ ଏବଂ ସନ୍ନି ଦେଓଲଙ୍କୁ ଅପିଲ କରିଛି।
CINTAA ଶିବ କୁମାର ବର୍ମାଙ୍କ ଆର୍ଥିକ ସାହାଯ୍ୟ ପାଇଁ ବଲିଉଡ ସେଲିବ୍ରିଟିଙ୍କୁ ସାହାଯ୍ୟ ମାଗିଛି। ଆସୋସିଏସନ ଏକ ପୋଷ୍ଟ୍ ଲେଖି ତାଙ୍କ ଅବସ୍ଥା ବିଷୟରେ କହିଛି। ଆସୋସିଏସନ ପୋଷ୍ଟରେ ଲେଖିଛି ଯେ ‘ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଦୟା କରି ଆପଣ ଶିବ କୁମାର ଯେତିକି ସାମର୍ଥ୍ୟ ତାହା ଦାନ କରନ୍ତୁ।

ଏହି ପୋଷ୍ଟ୍ ସହ ଏକ ଫଟୋ ସେୟାର କରାଯାଇଛି ଯେଉଁଥିରେ ଶିବ କୁମାରଙ୍କ ବ୍ୟାଙ୍କ୍ ଆକାଉଣ୍ଟର ସୂଚନା ରହିଛି। ଏହା ସହିତ ଏହି ପୋଷ୍ଟରେ ସଲମାନ ଖାନ୍,ଅନିଲ କପୁର,ଅକ୍ଷୟ କୁମାର,ଅମିତାଭ ବଚ୍ଚନ ,ବିଦ୍ୟା ବାଲାନ ଏବଂ ସନି ଦେଓଲଙ୍କୁ ଟ୍ରାଗ୍ କରି ତାଙ୍କୁ ସାହାଯ୍ୟ ମାଗିଛି।

ଶିବ କୁମାର ଟିଭିର ଅନେକ କାର୍ଯ୍ୟକ୍ରମରେ କରି ସାରିଛନ୍ତି। ଏହା ବ୍ୟତୀତ ୨୦୦୮ମସିହାରେ ସେ ରାଜକୁମାର ସନ୍ତୋଷୀଙ୍କ ନିର୍ଦେଶନାରେ ହୋଇଥିବା ଫିଲ୍ମ ହଲ୍ଲା ବୋଲରେ ଅଜୟ ଦେବଗନଙ୍କ ନଜର ଆସି ସାରିଛନ୍ତି।
