ହନିମୁନ୍‌ରେ ଶାହିର ଶେଖ୍, ଭୁଟାନ୍‌ରେ ପତ୍ନୀ ରୁଚିକାଙ୍କ ସହ ବିତାଉଛନ୍ତି ସମୟ

Published By : Prameya-News7 Bureau | December 28, 2020 IST

ମୁମ୍ବାଇ ୨୮।୧୨: ସିରିଏଲ ‘କୁଛ୍ ରଙ୍ଗ ପ୍ୟାର କେ ଐସେ ଭି’ର ଅଭିନେତା ଶାହିର ଶେଖ୍ ତାଙ୍କ ପତ୍ନୀ ରୁଚିକା କପୁରଙ୍କ ସହ ଛୁଟି କଟାଉଛନ୍ତି । ଶାହିର ଶେଖ୍ ଲୁଚିଛପି କୋର୍ଟ ମ୍ୟାରେଜ କରିଥିଲେ । ଏହାପରେ ଉଭୟ ହନିମୁନ୍ ପାଇଁ ଯାଇଛନ୍ତି । ବିବାହ ପରେ ଦୁହେଁ ଦୁହିଁଙ୍କ ସହ କିଛି ଭଲ ସମୟ ଅତିବାହିତ କରିବା ପାଇଁ ଭୁଟାନ ଯାଇଛନ୍ତି । ଶାହିର, ରୁଚିକାଙ୍କ ସହ ଏକ ଭଲ ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି ।

wp:html
/wp:html

ଶାହିର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏବଂ ରୁଚିକା ଏକ ପାହାଡ ଶିଖରରେ ବସିଛନ୍ତି । ଏହି ଫଟୋରେ ଶାହିର ନିଜକୁ ବିଶ୍ବର ଶିଖରରେ ବୋଲି କହିଛନ୍ତି ।

wp:html
/wp:html

ରୁଚିକା କପୁର, ଏକତା କପୁର ଫିଲ୍ମସର ମୁଖ୍ୟ । ଶାହିର ଏବଂ ରୁଚିକା ଅନେକ ଦିନ ହେଲା ଦୁହେଁ ଦୁହିଁକୁ ଜାଣିଥିଲେ । ଉଭୟ ରିଲେସନସିପ୍ ରେ ମଧ୍ୟ ଥିଲେ । ଉଭୟଙ୍କ ସଂପର୍କକୁ ନେଇ ନାନା କଥା ଶୁଣିବାକୁ ମିଳୁଥିଲା । ଏହାପରେ ଶାହିର ନିଜେ ଫଟୋ ସେୟାର କରି ଉଭୟଙ୍କ ରିଲେସନସିପ୍ ବିଷୟରେ ସମସ୍ତଙ୍କୁ କହିଥିଲେ ।

wp:html
/wp:html

ଦୁଇ ବର୍ଷ ପୂର୍ବେ ଶାହିରଙ୍କର ରୁଚିକାଙ୍କ ସହ ଭେଟ ହୋଇଥିଲା । ସେହି ସମୟରେ ରୁଚିକା ତାଙ୍କ ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ର ସୁଟିଂରେ ବ୍ୟସ୍ତ ଥିଲେ । ପ୍ରଥମେ ସେମାନେ ବହୁତ ଭଲ ବନ୍ଧୁ ଥିଲେ । ଦେଢ ବର୍ଷ ପୂର୍ବେ ହିଁ ଉଭୟ ଉଭୟଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ । ଶାହିର ଏକ ସାକ୍ଷାତକାରରେ ଉଭୟଙ୍କ ବିବାହ ସମ୍ବନ୍ଧରେ କହିବାର ଅଳ୍ପ ଦିନ ପରେ ଉଭୟ ବିବାହ କରିଥିଲେ । ରୁଚିକାଙ୍କ ସହ ହଠାତ୍ କୋର୍ଟ ମ୍ୟାରେଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.