ଅଭିନେତା ଶଫିକ୍ ଅନସାରୀଙ୍କ ଦେହାନ୍ତ , ଦୀର୍ଘଦିନ ହେବ କ୍ୟାନ୍ସରରେ ଥିଲେ ପୀଡିତ

Published By : Prameya-News7 Bureau | May 12, 2020 IST

ମୁମ୍ବାଇ ୧୨।୦୫: ଟିଭି ଇଣ୍ଡଷ୍ଟ୍ରିରୁ ପାଇଁ ଏକ ଦୁଃଖଦ ଖବର । କ୍ରାଇମ ପାଟ୍ରୋଲ ସିରିଏଲ୍‌ରୁ ଖ୍ୟାତି ପାଇଥିବା ଅଭିନେତା ଶାଫିକ୍ ଅନସାରୀଙ୍କ ଦେହାନ୍ତ ହୋଇଛି। ଶଫିକ୍ ବହୁ ବର୍ଷ ଧରି କର୍କଟ ରୋଗ ପୀଡିତ ଥିଲେ । ଶେଷରେ ସେ କର୍କଟ ରୋଗ ବିରୋଧରେ ଲଢୁଥିବା ଯୁଦ୍ଧରେ ହାରି ଯାଇଛନ୍ତି । ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି।

ଟିଭିର ଫେମସ ଅଭିନେତା ଶଫିକ୍ ଅନସାରୀଙ୍କ ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ପୀଡିତ ଥିଲେ । ଗତ ୧୨ ଦିନ ମଧ୍ୟରେ ମନୋରଞ୍ଜନ ଜଗତ ପାଇଁ ଏହା ହେଉଛି ତୃତୀୟ ବଡ ଝଟକା । ସିନେମା ଏବଂ ଟିଭି ଇଣ୍ଡଷ୍ଟ୍ରି ସହିତ ଜଡିତ ତିନୋଟି ଷ୍ଟାର୍ ଏହି ଦୁନିଆକୁ ବିଦାୟ କହିସାରିଲେଣି  । ୨୯ ଏପ୍ରିଲରେ ଇରଫାନ୍ ଏବଂ ୩୦ ଏପ୍ରିଲରେ ଋଷି କପୁର ମଧ୍ୟ କ୍ୟାନ୍ସର ଯୋଗୁଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏବେ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ମଧ୍ୟ କ୍ୟାନ୍ସର ଯୋଗୁଁ ପ୍ରାଣ ହରାଇଲେ। ଲୋକପ୍ରିୟ ଟେଲିଭିଜନ ଅଭିନେତା ଶଫିକ୍ ଅନସାରୀଙ୍କ ମୁମ୍ବାଇରେ ଦେହାନ୍ତ ହୋଇଛି। ରବିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଶଫିକ୍ ଅନସାରୀ ଦୀର୍ଘ ଦିନ ଧରି ପ୍ରସିଦ୍ଧ ଟିଭି ଶୋ ‘କ୍ରାଇମ ପାଟ୍ରୋଲ୍’ର ଏକ ଅଂଶ ଥିଲେ । ମୁମ୍ବାଇର ମଦନପୁରା ଅଞ୍ଚଳର ବାସିନ୍ଦା ଶାଫିକ୍ ଅନସାରୀ ପେଟ କର୍କଟରେ ପୀଡିତ ଥିଲେ। ସେ ବହୁ ବର୍ଷ ଧରି ଚିକିତ୍ସିତ ହେଉଥିଲେ। ଗତକାଲି ସନ୍ଧ୍ୟା ୬ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀ ଗୌହର ଅନସାରୀ କହିଛନ୍ତି ଯେ ଗତକାଲି ଶାଫିକ୍ ଦିନସାରା ଭଲ ଥିଲେ । କିନ୍ତୁ ହଠାତ୍ ସନ୍ଧ୍ୟା ସାଢେ ୫ଟାରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିଗଲା ଏବଂ ସେ ମୃତ୍ୟୁବରଣ କଲେ ।

ଶଫିକ୍ ଅନସାରୀଙ୍କୁ ୫୨ ବର୍ଷ ହୋଇଥିଲା । ସେ ୩ ଝିଅ, ପତ୍ନୀ ଏବଂ ମାଙ୍କ ସହିତ ମୁମ୍ବାଇରେ ରହୁଥିଲେ । ଗତ ୨ ବର୍ଷ ଧରି ଶାଫିକ୍ କର୍କଟ ରୋଗ ସହ ଲଢୁଥିଲେ। କିଛି ମାସ ପୂର୍ବରୁ ତାଙ୍କ  ଫୁସଫୁସରେ ସଂକ୍ରମଣ ହୋଇଥିଲା । ସେ ଆୟୁର୍ବେଦିକ ଔଷଧ ମଧ୍ୟ ନେଉଥିଲେ । କିନ୍ତୁ ଗତ ସନ୍ଧ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବା ପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.