Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

‘ମଦ ପିଅ, କୋଭିଡ୍‌ରୁ ହେବ ସୁସ୍ଥ’- ପୋଲିସ ପୋଷାକରେ ଅଭିନେତାଙ୍କ ଭିଡିଓ ହେଲା ବୁମେରାଂ, ହେଲେ ଗିରଫ

7/09/2020 at 4:38 PM

ଲୁଧିଆନା ୦୭/୦୯: ଚୋର ପୋଲିସକୁ ଦେଖିଲେ ଦୌଡ଼ି ପଳାଏ । ଠିକ୍ ସେମିତି ମଦ ଦେଖିଲେ କରୋନା ପଳାଇବ। ମଦ ପିଇଲେ କରୋନାରୁ ସୁସ୍ଥ ହୋଇଯିବେ । ଏହି ଚିକିତ୍ସା ପଦ୍ଧତି ଆମ ପୂର୍ବଜମାନେ ଆବିଷ୍କାର କରିଛନ୍ତି। ଏକଥା ଆମେ କହୁନାହୁଁ । ଏକଥା ଜଣେ ଖାକି ପିନ୍ଧା ବାବୁ କହିଛନ୍ତି । ଖାକି ପିନ୍ଧିଛନ୍ତି ସତ, କିନ୍ତୁ ସେ ପୋଲିସ ନୁହଁନ୍ତି । ସେ ଜଣେ ଅଭିନେତା ତଥା ରଙ୍ଗମଞ୍ଚ କଳାକାର ।

ପୋଲିସ ପୋଷାକ ପିନ୍ଧି କରୋନା ଚିକିତ୍ସା ସମ୍ପର୍କରେ ଭୁଲ ତଥ୍ୟ ଦେଇ ବନ୍ଧା ହେଲେ ରଙ୍ଗମଞ୍ଚ କଳାକାର। ଏଭଳି ଏକ ଘଟଣା ଘଟିଛି ଚଣ୍ଡିଗଡ଼ ଲୁଧିଆନା ଅଞ୍ଚଳରେ। କଳାକାରଙ୍କ ଏଭଳି ଭିଡିଓ ଭାଇରାଲ ହେବା ପରେ ପୋଲିସ ନେଇଥିଲା କାର୍ଯ୍ୟନୁଷ୍ଠାନ। ଅଭିଯୁକ୍ତ ହେଉଛନ୍ତି ଚଣ୍ଡିଗଡ଼ର ସେକ୍ଟର ୩୨ସ୍ଥିତ ମିଗ୍‌ ଫ୍ଳାଟରେ ରହୁଥିବା କୁଲଓ୍ବନ୍ତ ସିଂହ ଧିଲନ । ଏହାସହ ତାଙ୍କ ବିରୋଧରେ ଧାରା ୧୮୮, ୨୬୯ ଓ ୧୭୧ ଜରିଆରେ ମାମଲା ରୁଜୁ କରିଛି ପୋଲିସ ।

ଭୁଲ ତଥ୍ୟ ଓ ଖାକି ପୋଷାକକୁ ଅସମ୍ମାନ କରିଥିବା ନେଇ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ତେବେ ଅଭିଯୁକ୍ତ ଜଣଙ୍କ ଏଭଳି କାରନାମା ପାଇଁ ଲିଖିତ ଭାବେ କ୍ଷମା ପାର୍ଥନା କରିଛନ୍ତି । ଏହାସହ ଭବିଷ୍ୟତରେ ଏଭଳି କାର୍ଯ୍ୟର ପୁନରାବୃତ୍ତି ନକରିବାକୁ ସେ କହିଥିବା ଜଣାପଡ଼ିଛି ।

   Related Posts