Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ନୀତିନ ଗଡ଼କରୀଙ୍କୁ ସାକ୍ଷାତ କଲେ ସଞ୍ଜୁ ବାବା, ପାଦ ଛୁଇଁ ନେଲେ ଆଶୀର୍ବାଦ, ଚର୍ଚ୍ଚା ଜୋର

6/06/2021 at 7:08 PM

ନାଗପୁର ୦୬/୦୬ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ତାଙ୍କ ନାଗପୁର ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି । ସଞ୍ଜୁ ବାବା ଶନିବାର ଦିନ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । କିନ୍ତୁ ଦୁହିଁଙ୍କ ସାକ୍ଷାତ ସମ୍ପର୍କରେ ରବିବାର ଜଣାପଡିଛି । ତେବେ ସଞ୍ଜୟ କଣ ପାଇଁ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଛନ୍ତି ଏବଂ ଉଭୟଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଛି ତାହା ଏବେ ସୁଦ୍ଧା ଜଣାପଡିନାହିଁ ।

ଶନିବାର ଦିନ ସଞ୍ଜୟ ଦତ୍ତ ନାଗପୁରରେ ଥିଲେ। ବର୍ଦ୍ଧା ରୋଡ଼ ସ୍ଥିତ ନୀତିନ ଗଡ଼କରୀଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଥିଲେ । ସେଠାରେ ପହଁଚି ସେ ନିତିନ ଗଡ଼କରୀଙ୍କ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ । ନୀତିନ ଗଡ଼କରୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନୀତିନ ରାଉତଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ସେ ତାଙ୍କ ପୁଅ ଓ ବୋହୂଜୁ ମଧ୍ୟ ସାକ୍ଷାତ କରିଥିଲେ । ଫେବୃଆରୀରେ ନୀତିନ ରାଉତଙ୍କ ପୁଅ ବାହାଘର ହୋଇଥିଲା । କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ରିସେପସନ ବାତିଲ କରାଯାଇଥିଲା । ନୀତିନ ରାଉତଙ୍କ ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ପ୍ରଶଂସା କରିଥିଲେ ।

ସଞ୍ଜୟ କୌଣସି ବ୍ୟକ୍ତିଗତ କାରଣ ଯୋଗୁଁ ଶନିବାର ଦିନ ନାଗପୁର ଯାଇଥିଲେ । ଶନିବାର ରାତିରେ ହିଁ ମୁମ୍ବାଇ ଫେରି ଆସିଥିଲେ । କଂଗ୍ରେସ ପ୍ରବକ୍ତା ସଞ୍ଜୟ ଦୁବେ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ସଞ୍ଜୟ ଦୁବେଙ୍କ ପୁଅ ଓ ସଞ୍ଜୟ ଦତ୍ତଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଅଛି ।

ଏହା ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ସଞ୍ଜୟ ଦତ୍ତ ନିତିନ ଗଡ଼କରୀଙ୍କୁ ସାକ୍ଷାତ କରିଥିଲେ । ସେତେବେଳେ ବିଧାନସଭା ନିର୍ବାଚନ ହେବାକୁଥିଲା । ଏହି ସାକ୍ଷାତକାର ପରେ ସଞ୍ଜୁ ବାବା ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସଞ୍ଜୟ ଦତ୍ତ ସେତେବେଳେ ସ୍ପଷ୍ଟ କରିଦେଇଥିଲେ ଯେ ସେ କୌଣସି ରାଜନୈତିକ ଦଳରେ ସାମିଲ ହେବେନାହିଁ ।

   Related Posts