Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ସାଇ ତେଜ, ପୋଷ୍ଟ କରି ଜଣାଇଲେ ମାମୁ ଚିରଞ୍ଜୀବୀ

15/10/2021 at 12:59 PM

ନୂଆଦିଲ୍ଲୀ ୧୫/୧୦: ସେପ୍ଟେମ୍ବର ୧୦ରେ ଏକ ବାଇକ୍ ଦୁର୍ଘଟଣାରେ ଟଲିଉଡ ଅଭିନେତା ସାଇ ଧରମ ତେଜ ଆହତ ହୋଇଥିଲେ। ଦୁର୍ଗାମଚେରୁବୁ କେବୁଲ ବ୍ରିଜ ନିକଟରେ ଏହି ଘଟଣା ଘଟିଥିଲା। ସାଇ ଏକ ସ୍ପୋର୍ଟସ୍ ବାଇକ୍ ଚଲାଉଥିଲେ ଏବଂ କାଦୁଅ ଯୋଗୁଁ ସେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହି ଘଟଣା ଏତେ ଗମ୍ଭୀର ଥିଲା ଯେ ସାଇ ଦୀର୍ଘ ସମୟ ଧରି କୋମାରେ ଥିଲେ।

ବର୍ତ୍ତମାନ ସୂଚନା ମିଳିଛି ଯେ ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଅଭିନେତା ଚିରଞ୍ଜୀବୀ କହିଛନ୍ତି ଯେ ସାଇ ବର୍ତ୍ତମାନ ଭଲ ଅଛନ୍ତି। ସେପ୍ଟେମ୍ବର ୧୫ ଅର୍ଥାତ୍ ଆଜି ମଧ୍ୟ ସାଇଙ୍କ ଜନ୍ମଦିନ। ଏହି ବିଶେଷ ଉତ୍ସବରେ ଚିରଞ୍ଜୀବୀ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ସାଇ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ଚିରଞ୍ଜୀବୀ, ନାଗା ବାବୁ ଏବଂ ପୱନ କଲ୍ୟାଣଙ୍କ ଭଣଜା। ସାଇ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଏପର୍ଯ୍ୟନ୍ତ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି।

   Related Posts