ଶାହିଦ କପୁର ଏହି ଖାସ୍ ଅବସରରେ ପତ୍ନୀ ମୀରାଙ୍କୁ ଗିପ୍ଟ କଲେ ୫୬ କୋଟି ଟଙ୍କାର ଘର
23/02/2021 at 3:26 PM

ମୁମ୍ବାଇ ୨୩/୦୨ : ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ ବଲିଉଡର ଫେମସ୍ କପଲ୍ । ଶାହିଦ ମୀରା ଦୁଇଜଣ ଆରେଞ୍ଜ ମ୍ୟାରେଜ୍ କରିଥିଲେ । ମୀରାଙ୍କ ସେକେଣ୍ଡ ପ୍ରେଗ୍ନେସି ସମୟରେ ଶାହିଦ ତାଙ୍କୁ ଏକ ଘର ଗିପ୍ଟ କରିଥିଲେ , ଯେଉଁଠାରେ ଏହି ଦମ୍ପତି ଏବେ ରହୁଛନ୍ତି । ଏହି ଘରର ମୂଲ୍ୟ ୫୬ କୋଟି ବୋଲି କୁହାଯାଉଛି । ଶାହିଦ-ମୀରାଙ୍କ ଏହି ଘର କୌଣସି ଫାଇଭ୍ ଷ୍ଟାର ହୋଟେଲରୁ କମ୍ ନୁହେଁ । ତାଙ୍କର ଏହି ଆପାର୍ଟମେଣ୍ଟ ୪୨ ଏବଂ ୪୩ ତମ ମହଲାରେ ରହିଛି । ଏହି ଘରେ ଶାହିଦ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରହୁଛନ୍ତି ।
ଏହି ଘରର ସବୁଠାରୁ ଚମତ୍କାର ଭାଗ ହେଉଛି ଏହାର ଟେରାସ୍ । ଶାହିଦ-ମୀରା ଅନେକ ସମୟରେ ପରସ୍ପର ସହିତ ଏହି ଟେରାସରେ ଟାଇମ୍ ସ୍ପେଣ୍ଡ କରିଥାନ୍ତି । ଏହି ଘରଟି ସି ଫେସିଙ୍ଗ ହୋଇଥିବାରୁ ଘରର ଛାତରୁ ସମୁଦ୍ରର ଦୃଶ୍ୟ ସ୍ପଷ୍ଟ ଦେଖାଯାଇଥାଏ । ଘର ଭିତରେ ଲଗାଯାଇଥିବା ଚମତ୍କାର ପେଣ୍ଟିଙ୍ଗ ଖୁବ୍ ଆକର୍ଷିତ ଦେଖାଯିବା ସହିତ ଘର ଭିତରେ ଏବଂ ବାହାରେ ସବୁଜତା ଉପରେ ମଧ୍ୟ ବିଶେଷ ଯତ୍ନ ନିଆଯାଉଛି ଯାହା ପରିବେଶକୁ ସତେଜ ଆଉ ସୁନ୍ଦର ରଖିଛି । ସାହିଦଙ୍କ ପାଖରେ ଜୁହୁରେ ଆଉ ମଧ୍ୟ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି ।
୨୦୦୩ରେ ଫିଲ୍ମ ‘ଇସ୍କ ଭିସ୍କ’ ରୁ ବଲିଉଡ୍ ରେ ଡେବ୍ୟୁ କରିଥିବା ଶାହିଦ କପୁର ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଶାହିଦ ୨୦୧୫ ରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ମୀରା ୨୧ ବର୍ଷ ବୟସରେ ଶାହିଦଙ୍କୁ ବିବାହ କରିଥିଲେ ।
ମୀରା ଦିଲ୍ଲୀ ୟୁନିଭରସିଟି ଲେଡି ଶ୍ରୀ ରାମ କଲେଜରୁ ଇଂରାଜୀ ଅନର୍ସରେ ଗ୍ରାଜୁଏସନ୍ କରିଛନ୍ତି । ବିବାହ ପରେ ମୀରାଙ୍କ ଲାଇପ୍ ଷ୍ଟାଇଲ୍ ଖୁବ୍ ବଦଳି ଯାଇଛି । ସିମ୍ପଲ୍ ଦେଖାଯାଉଥିବା ମୀରା ଏବେ ମଡର୍ଣ୍ଣ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ସକ୍ରିୟ ମୀରା ପ୍ରାୟତଃ ତାଙ୍କର ଡ୍ରେସିଂ ଷ୍ଟାଇଲ୍ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫ୍ୟାନ୍ସ ମାନଙ୍କ ସହିତ ସେ ଅନେକ ସମୟରେ ନିଜର ବ୍ୟୁଟି ଟିପ୍ସ ସେୟାର କରିଥାନ୍ତି ।