Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସବ୍ୟସାଚୀଙ୍କ ପାଇଁ ପଡିଲା ହାତଗଣ୍ଠି: ତାମିଲନାଡୁରେ ଫସିଥିବା କଳ୍ପନାଙ୍କୁ ଫେରାଇ ଆଣିଥିଲେ, ଭିଡିଓ କଲ୍‌ରେ ଜଣାଇଲେ ଶୁଭେଚ୍ଛା

14/07/2020 at 11:33 AM

କଟକ, ୧୪।୦୭:  ସବୁ ପ୍ରସ୍ତୁତି ସରିଥିଲା । ହାତଗଣ୍ଠି ପଡ଼ିଥାନ୍ତା । ପାଣି ଫେରିଦେଲା ମହାମାରୀ କରୋନା । କନ୍ୟା ରହିଗଲେ ତାମିଲନାଡୁରେ, ପୁଅ ଓଡ଼ିଶାରେ । କେମିତି ହେବ ବାହାଘର । ଶେଷରେ ସାହା ହେଲେ ଅଭିନେତା ସବ୍ୟସାଚୀ । ସଂଯୋଗର ସାଥୀ ହୋଇ ସାହାଯ୍ୟରେ ହାତ ବଢ଼ାଇଲେ । ଖାଲି ସାହାଯ୍ୟ ତ କଲେନି ବରଂ ସେମାନଙ୍କ ହାତ ଗଣ୍ଠି ପକାଇଲେ । ଘରେ ରହି ଭର୍ଚୁଆଲ୍‌ ମାଧ୍ୟମରେ ବରକନ୍ୟାଙ୍କୁ ଆଶୀର୍ବାଦ ଦେଲେ ।

ଘଟଣା ସମ୍ପର୍କରେ ସବ୍ୟସାଚୀ କହିଛନ୍ତି, କଟକ ଚୌଦ୍ୱାରର କଳ୍ପନା ପଟ୍ଟନାୟକ । ଟେଲରିଂ ତାଲିମ୍‌ ନେବା ପରେ କାମ କରିବାକୁ ତାମିଲନାଡ଼ୁ ଯାଇଥିଲେ । ଗତ ଜାନୁଆରୀ ୨୬ ତାରିଖରେ ତାମିଲନାଡ଼ୁ ତିରୁପୁରରେ ପହଞ୍ଚିଥିଲେ । କରୋନା ବ୍ୟାପିବା ପରେ କଳ୍ପନାଙ୍କ ସମେତ ସବୁ ଝିଅ କମ୍ପାନି ଛାଡ଼ି ଘରକୁ ଫେରିବାକୁ ଚାହିଁଲେ । କମ୍ପାନି କିନ୍ତୁ ସେମାନଙ୍କୁ ଛାଡ଼ିଲା ନାହିଁ । ଏହା ଜାଣିବା ପରେ କଳ୍ପନା ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ମୋ ସହିତ ଯୋଗାଯୋଗ କରିଥିଲେ । ପରେ ମୁଁ ସେଠାକାର ପୁଲିସ ଓ ଓଡ଼ିଆ ସଂଘର ସହଯୋଗ ଲୋଡ଼ିଲି । ପୁଲିସ ଅଧିକାରୀ ଜେ.କେ ପାଢ଼ୀ, ବିଭୂତି ଓ ଧୀରେନଙ୍କ ସହାୟତାରେ କମ୍ପାନି ସହ କଥାବାର୍ତ୍ତା କଲି । ସମସ୍ତଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସ୍ୱତନ୍ତ୍ର ବସ୍‌ର ବ୍ୟବସ୍ଥା କଲି । ଏହାପରେ କଳ୍ପନା କ୍ୱାରେଣ୍ଟାଇନରେ ରହିଥିଲେ । ବସ୍‌ରେ କଳ୍ପନାଙ୍କ ସହିତ ୪୦-୪୫ ଜଣ ଗତ ଜୁନ୍‌ ୧୭ରେ ଓଡ଼ିଶାରେ ପହଞ୍ଚିଥିଲେ । ଖୁସିର କଥା ଅଟକିଥିବା କଳ୍ପନାଙ୍କ ବାହାଘର  ସମ୍ପନ୍ନ ହୋଇଛି ।

କଳ୍ପନା କହିଛନ୍ତି, କମ୍ପାନିରେ ଅବ୍ୟବସ୍ଥା ଓ ବନ୍ଦୀ ଜୀବନ କାଟୁଥିବା ବେଳେ ବାହାଘରକୁ ନେଇ ପରିବାର ବହୁତ ଚିନ୍ତାରେ ଥିଲେ । ଜୁନ୍‌ ୧୦ରେ ବାହାଘର ଥିଲା । ଆସି ନ ପାରିବାରୁ ବାହାଘର ବନ୍ଦ ହୋଇଗଲା । ଆଜି ତାହା ପୂରା ହୋଇଛି । ସବ୍ୟଭାଇଙ୍କ ଯୋଗୁଁ ଓଡ଼ିଶା ଫେରିବା ସହ ବିବାହ କରିପାରିଛି । 

   Related Posts