Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ତାରିଣୀଙ୍କ ପାଖକୁ ନଡିଆ ପଠାଇଲେ ସବ୍ୟ, ପୂରଣ ହେବ ଭକ୍ତଙ୍କ ମାନସିକ

2/12/2020 at 11:17 AM

ଭୁବନେଶ୍ବର ୨।୧୨: ପୁଣି ମହାନତା ଦେଖାଇଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ଗଦା ହୋଇ ରହିଥିବା ମାନସିକ ନଡିଆକୁ ପଠାଇଲେ ମା’ ତାରିଣୀଙ୍କ ପାଖକୁ । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅଟକି ଯାଇଥିବା ଭଳି ମନେ ହେଇଥିବା ବେଳେ ପୁଣି ତାକୁ ଉଦଜୀବିତ କରିଛନ୍ତି ଅଭିନେତା ସବ୍ୟସାଚୀ ।

ତାରିଣୀଙ୍କ ପସନ୍ଦ ହେଉଛି ନଡିଆ । କଥାରେ ଅଛି ମାନସିକ କରି ମା’ଙ୍କ ନିକଟକୁ ନଡିଆ ପଠାଇରେ ଭକ୍ତର ମାନସିକ ପୂରଣ ହୋଇଥାଏ । ମାନସିକ ନଡିଆ ସହିତ ଜୋଡି ହୋଇ ରହିଛି ଭକ୍ତଙ୍କ ପ୍ରାର୍ଥନା । କେଉଁଠି ମୃତ୍ୟୁମୁଖରେ ପଡ଼ିଥିବା ଛୁଆ ପାଇଁ ମା’ଙ୍କ ପାଖରେ ନଡିଆଟିଏ ଯାଚି ଦେଇଥାଏ ମା’ ତ କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କ ଆରୋଗ୍ୟ କାମନା କରି ସ୍ତ୍ରୀ ଯାଚିଥାଏ ନଡିଆ ।

ପ୍ରତିଟି ନଡିଆ ପଛରେ ଗୋଟେ ପରିବାରର ଆଶା, ଭରସା ଓ ଖୁସି ଲୁଚି ରହିଥାଏ । ହେଲେ କରୋନା ପାଇଁ ଲକ୍ ଡାଉନ୍ ଆରମ୍ଭରୁ ମାନସିକ ନଡ଼ିଆ ସବୁ ମା’ ତାରିଣୀଙ୍କ ପାଖରେ ପହଞ୍ଚି ନ ପାରିନାହିଁ । ଗଦା ହୋଇ ରହିଛି ରାସ୍ତାକଡରେ ଓ ବସ୍ ଷ୍ଟାଣ୍ଡରେ । କରୋନା ଯୋଗୁଁ କେହି ସେଥିରେ ହାତ ମାରିବାକୁ ଇଚ୍ଛା ପ୍ରକାଶ କରୁନଥିଲେ । ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଯେମିତି ଅଟକି ଯାଇଥିଲା ଭଳି ମନେ ହେଉଥିଲା ।

ଏଥିପାଇଁ ଖାଲି ଭରସା ନୁହଁ ବରଂ ସହରର ପରିବେଶ ଓ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେବାରେ ଲାଗିଥିଲା । କିଛି ନଡ଼ିଆରୁ ଗଜା ବାହାରିସାରିଥିଲା ଓ କିଛି ପଚିଯାଇ ଦୁର୍ଗନ୍ଧ ସହ ପରିବେଶକୁ ଦୂଷିତ ମଧ୍ୟ କରୁଥିଲା । କୁକୁର ଦ୍ଵାରା କିଛି ନଡିଆ ରାସ୍ତାକୁ ଗଡି ଆସୁଥିବା ଫଳରେ ଅନେକ ସମୟରେ ଦୁର୍ଘଟଣାମାନ ମଧ୍ୟ ଘଟୁଥିଲା । ହେଲେ ସବୁଠୁ ବଡ଼ କଥା ହେଲା ଭକ୍ତର ଆବେଗ ଭରା ବିଶ୍ବାସ ହୋଇଯାଇଥିଲା ସାହାଶୂନ୍ୟ ।

ତେବେ ସେହି ମାନସିକ ନଡିଆଗୁଡିକ ଭୁବନେଶ୍ବରର ବରମୁଣ୍ଡା, ଫାୟାର ଷ୍ଟେସନ ଛକ, ସିଆରପି ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ସ୍ଥାନ, ଚଣ୍ଡିଖୋଲ ସହ ପାଣିକୋଇଲିରୁ ଏହିଭଳି ପଡି ରହିଥିବା ପାଖାପାଖି ୩୫୦୦୦ ନଡିଆ (୩୦୦ ବସ୍ତା)କୁ ମଙ୍ଗଳବାର ଦିନ କିଛି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଛନ୍ତି ଚର୍ଚ୍ଚିତ ଓଲିଉଡ୍ ଫେମ୍ ସବ୍ୟସାଚୀ ମିଶ୍ର । ଭକ୍ତଙ୍କ ଭରସାକୁ ମା’ଙ୍କ ପାଖକୁ ପହଞ୍ଚାଇ ପୁଣି ଏକ ମହାନ କାମ କରିଛନ୍ତି ଅଭିନେତା ସବ୍ୟସାଚୀ ।

   Related Posts