Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||

ଅଭିନେତା ସବ୍ୟସାଚୀଙ୍କ ଆଉ ଏକ ମହତ ଦାନ: ଏଚଡବ୍ଲ୍ୟୁଜି ପକ୍ଷରୁ OSMCL କୁ ଦେଲେ ୫୫୦ଟି ପଲ୍ସ ଅକ୍ସିମିଟର୍

7/12/2020 at 7:15 PM

ଭୁବନେଶ୍ୱର ୦୭/୧୨ : ଆମେରିକା ଓଡିଶା ସୋସାଇଟିର ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ପକ୍ଷରୁ ଓଡିଶା ରାଜ୍ୟ ଔଷଧ ନିଗମ (ଓଏସଏମସିଏଲ)କୁ ୫୫୦ ପଲ୍ସ ଅକ୍ସିମିଟର ପ୍ରଦାନ କରାଯାଇଛି। ୮ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଦାନ କରାଯାଇଥିବା ଏହି ଅକ୍ସିମିଟର ଗୁଡିକ ବିଶେଷ କରି ଗ୍ରାମାଞ୍ଚଳରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ବିଶେଷ ସହାୟକ ହେବ।

ଯଦ୍ୱାରା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ ହେବା ସହିତ କୋଭିଡ ସହ ଲଢେଇରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଓଏସଏମସିଏଲର ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ଏବଂ ଜେନେରାଲ ମ୍ୟାନେଜର (ଅପରେସନ) ଡ. ସୌଭାଗ୍ୟ ରଞ୍ଜନ ରଣସିଂହଙ୍କୁ ହେଲଥ ଆଣ୍ଡ ୱେଲନେସ ଗ୍ରୁପର ଗୁଡୱଲ ଆମ୍ବାସାଡାର ଅଭିନେତା ସବ୍ୟସାଚୀ ମିଶ୍ର ଏହି ଅକ୍ସିମିଟର ହସ୍ତାନ୍ତର କରିଛନ୍ତି।

ଆଇଏଏସ ଅଧିକାରୀ ଯାମିନୀ ଷଡଙ୍ଗୀ, ଏଚଡବ୍ଲ୍ୟୁଜିର ଅଧ୍ୟକ୍ଷ ଡ. ଦେବାଶିଷ ରାୟ, ପ୍ରକଳ୍ପ ମୁଖ୍ୟ ଡ. ନିବେଦିତା ମହାନ୍ତି ଏବଂ ଭାରତରେ ଏଚଡବ୍ଲ୍ୟୁଜିର ସ୍ୱାସ୍ଥ୍ୟ ପରାମର୍ଶଦାତା ଡ. ସଲିଲ ମହାନ୍ତି ଏହି ପରିଯୋଜନାକୁ ସଫଳ କରାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଏହି ଅବସରରେ ବ୍ରାଣ୍ଡ ଆମ୍ବାସଡର ସବ୍ୟସାଚୀ ମିଶ୍ର କହିଛନ୍ତି ଯେ, ଏହା ହେଉଛି ଏଚଡବ୍ଲ୍ୟୁଜିର ଆଉ ଏକ ବଡ ସଫଳତା। ପୂର୍ବରୁ ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ପକ୍ଷରୁ କୋଭିଡ ପରୀକ୍ଷା ପାଇଁ ଆଡ଼ଭାନ୍ସଡ ମୋବାଇଲ ଟେଷ୍ଟିଙ୍ଗ ଭ୍ୟାନ ପ୍ରଦାନ କରାଯାଇଥିଲା ଏବଂ ଆଜି ୫୫୦ ଟି ଅକ୍ସିମିଟର ପ୍ରଦାନ କରାଗଲା, ଯାହାକି ଓଡିଶା ସ୍ୱାସ୍ଥ୍ୟ ବିଭାଗକୁ ବହୁମାତ୍ରାରେ ସାହାଯ୍ୟ କରିବ।

ହେଲ୍ଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ଆମେରିକାରେ କାର୍ଯ୍ୟରତ ଡାକ୍ତର ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ। ଏହି ଗ୍ରୁପର ଅଧ୍ୟକ୍ଷ ଡ. ଦେବାଶିଷ ରାୟ ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ଏଚଡବ୍ଲ୍ୟୁଜି ସବ୍ୟସାଚୀଙ୍କ ସହ ମିଶି ଅନେକ ଗୁଡିଏ ଯୋଜନା ହାତକୁ ନେବ।

ଏଥି ସହିତ ବିଶ୍ୱର କୋଣ ଅନୁକୋଣରେ କାର୍ଯ୍ୟରତ ଓଡ଼ିଆ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଏକ ଗ୍ଲୋବାଲ ନେଟୱର୍କ ଗଠନ କରାଯିବ ଯାହା ଓଡିଶାର ସର୍ବାଙ୍ଗୀନ ଉନ୍ନତି ତଥା ବିକାଶ ସହିତ ଏକ ସୁସ୍ଥ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବ।

   Related Posts