ଯଦି ରିୟା ଚକ୍ରବର୍ତ୍ତୀ ବିଗ୍ ବସ୍‌କୁ ଆସନ୍ତେ ତାହେଲେ ଖୋଲି ଯାଆନ୍ତା ଗୁମର,ଏମିତି ଚାହାନ୍ତି ଏହି ଅଭିନେତା...

Published By : Prameya-News7 Bureau | August 24, 2020 IST

ମୁମ୍ବାଇ ୨୪/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀ ଆରମ୍ଭରୁ ହିଁ ପ୍ରଶ୍ନଘେରରେ ଅଛନ୍ତି। ତାଙ୍କ ବିରୋଧରେ ଟଙ୍କା ହଡ଼ପ ଏବଂ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ଅନେକ ଗମ୍ଭୀର ଅଭିଯୋଗ ଲାଗିଛି। ଏ ସମସ୍ତ ବିବାଦ ମଧ୍ୟରେ ଅଭିନେତା-ପ୍ରଯୋଜକ ରୋହିତ ଚୌଧୁରୀ କହିଛନ୍ତି ଯେ ସେ ରିୟାଙ୍କୁ ଲୋକପ୍ରିୟ ରିୟଲିଟି ଶୋ ବିଗ୍ ବସରେ ଦେଖିବାକୁ ଚାହୁଁଛନ୍ତି।

{"id":319404,"sizeSlug":"large"}

ରୋହିତ କହିଛନ୍ତି ଯେ ଯଦି ସେ ପ୍ରକୃତରେ ଭଲ ଏବଂ ସଚ୍ଚୋଟ  ତେବେ ତାଙ୍କୁ ଶୋ ଜରିଆରେ ନିଜକୁ ଠିକ୍ ସାବ୍ୟସ୍ତ କରିବାର ଏକ ସୁଯୋଗ ମିଳିବ। ସେ କହିଛନ୍ତି ଯେ ବିଗ୍ ବସ୍ ଏକ ବାସ୍ତବିକ୍ ଶୋ।

{"id":319405,"sizeSlug":"large"}

ରୋହିତ କହିଛନ୍ତି ଯେ ଶୋର ଫରମାଟ୍ ହିଁ ଏପରି ଯେ ଆପଣ ବେଶୀ ଦିନ ନାଟକ କରିପାରିବେ ନାହିଁ। ଆପଣଙ୍କ ବାସ୍ତବିକ୍ ବ୍ୟକ୍ତିତ୍ବ ଦିନେ ବାହାରକୁ ଆସିଯାଇଥାଏ କାରଣ ଆପଣ ୩ମାସ ପାଇଁ ଘରେ ବନ୍ଦ ଅଛନ୍ତି ଏବଂ ଆପଣ ନିଜ ବ୍ୟକ୍ତିତ୍ବକୁ ପରିବର୍ତ୍ତନ କରି ଏତେ ଦିନ ଯାଏଁ ନାଟକ କରି ପାରିବେ ନାହିଁ।

{"id":319406,"sizeSlug":"large"}

ରୋହିତ କହିଛନ୍ତି ଯେ ସେ ପ୍ରକୃତରେ ରିୟାଙ୍କୁ ଆଗାମୀ ସିଜନରେ ବିଗ୍ ବସ୍ ହାଉସ​ରେ ଦେଖିବାକୁ ଚାହୁଁଛନ୍ତି। ଏବେ ସୁଦ୍ଧା ବହୁତ କିଛି ତାଙ୍କ ବିଷୟରେ କୁହା ଏବଂ ଲେଖା ଯାଇସାରିଛି। ତେଣୁ ଏହା ଦ୍ବାରା ତାଙ୍କୂ ମଧ୍ୟ ନିର୍ଦୋଷ ପ୍ରମାଣିତ କରିବାର ଏକ ସୁଯୋଗ ମିଳିଯିବ।

{"id":319407,"sizeSlug":"large"}

ଏହା ସହିତ ପବ୍ଲିକଙ୍କୁ ମଧ୍ୟ ତାଙ୍କ ଭଲ ଏବଂ ସଚ୍ଚୋଟ ଚେହେରା ଶୋରେ ଦେଖିବାକୁ ମିଳିବ। ଯଦି ଏହା ସତରେ ଠିକ୍ ତେବେ। ରୋହିତ ନିଜକୁ ସଲମାନ ଖାନଙ୍କ ଏହି ଶୋର ସବୁଠୁ ବଡ଼ ଫ୍ୟାନ୍ କହିଛନ୍ତି ଏବଂ କହିଛନ୍ତି ଯେ ସେ ଏହି ଶୋର ରିଭ୍ୟୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରନ୍ତି।

{"id":319408,"sizeSlug":"large"}

ସେ କହିଥିଲେ ଯେ ଏହା ସ୍କ୍ରିପ୍ଟେଡ ହୋଇପାରିବ ନାହିଁ କାରଣ ଆପଣ ଲୋକଙ୍କୁ ୩ମାସ ଯାଏଁ ଏକ ବିଶେଷ ଭାବେ ଆଚରଣ କରିବାକୁ ବାଧ୍ୟ କରିପାରିବେ ନାହିଁ। ଆପଣ ଏତେ ଦିନ ଯାଏଁ ମିଥ୍ୟା ଜୀବନ କାଟିପାରିବେ ନାହିଁ। ଆଜି ନହେଲେ କାଲି ଆପଣଙ୍କ ପ୍ରକୃତ ଚେହେରା ବାହାରକୁ ଆସିଯାଇଥାଏ।

{"id":319409,"sizeSlug":"large"}

ସେ ପ୍ରଥମେ ଏହି ଶୋର ରିଭ୍ୟୁ କରିଥିଲେ। ସେ ସିଜନ୍ ୧୦ରୁ ଏହା କରିଥିଲେ ଏବଂ ଏହା ପରେ ଅନେକ ଲୋକ ତାଙ୍କୁ ଫଲୋ କରିଥିଲେ।

{"id":319410,"sizeSlug":"large"}

ସେ କହିଥିଲେ ସେ ବହୁତ ଦିନରୁ ବିଗ୍ ବସ୍ ଜଏନ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ସେଲିବ୍ରିଟି ଦରକାର ଥିଲା। ଯେତେବେଳେ ଘୋଷଣା ହୋଇଥିଲା ​‌ଯେ ଦଶମ ସିଜନରେ କମୋନର୍ସ ମଧ୍ୟ ରହିବେ ସେତେବେଳେ ସେ ନିଜର ଏକ ଭିଡିଓ କରି ତାଙ୍କୁ ପଠାଇଥିଲେ। ଦିଲ୍ଲୀରୁ ତାଙ୍କୁ ସର୍ଟଲିଷ୍ଟ କରାଯାଇଥିଲା ଏବଂ ସେ ଟପ୍ ୨୧ରେ ଥିଲେ। ଗୃପ୍ ଡିସକସନ ଏବଂ ପର୍ସନାଲ୍ ଇଣ୍ଟରଭ୍ୟୁରେ ମନବୀର ଏବଂ ତାଙ୍କ ଭିତରେ ଭଲ ବନ୍ଧୁତା ହୋଇଥିଲା। ଶେଷରେ ମନବୀରଙ୍କୁ ବଛାଯାଇଥିଲା କାରଣ ସେ ଅଧିକ ଦେଶୀ ଥିଲେ।

{"id":319411,"sizeSlug":"large"}


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.