Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସୋସିଆଲ ମିଡିଆରେ ଜଲଓ୍ବା ଦେଖାଇଲେ ବୃଦ୍ଧା, ଜବରଦସ୍ତ ବୋଲିଂ ଦେଖି ଫ୍ୟାନ୍ସ ଫିଦା : ଅଭିନେତା ରିତେଶ ଦେଶମୁଖ ବି ହୋଇଗଲେ ଆଶ୍ଚର୍ଯ୍ୟ

18/05/2021 at 7:32 PM

ମୁମ୍ବାଇ ୧୮।୫: ସୋସିଆଲ ମିଡିଆରେ ପ୍ରତିଦିନ ଲୋକଙ୍କର କିଛି ନା କିଛି ଫଟୋ ଓ ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳୁଛି । ଅନେକ ଥର ଭାଇରାଲ୍ କଣ୍ଟେଣ୍ଟ ଯୋଗୁଁ ସାଧାରଣ ଲୋକ ରାତାରାତି ଷ୍ଟାର ହୋଇଯାଉଛନ୍ତି । ଏମିତିରେ ଏଇ ନିକଟରେ ଜଣେ ବୃଦ୍ଧ ମହିଳା ଇଣ୍ଟରନେଟରେ ଛାଇ ଯାଇଛନ୍ତି । ତାଙ୍କର ଅନ୍ଦାଜ ଲୋକମାନଙ୍କୁ ତାଙ୍କର ଫ୍ୟାନ୍ସ କରିପାରିଛି । ବଲିଉଡ ଜଣାଶୁଣା ଅଭିନେତାମାନେ ମଧ୍ୟ ଏହି ମହିଳାଙ୍କ ଫ୍ୟାନ୍ ହୋଇସାରିଲେଣି । ଶାଢୀ ଏବଂ ଜୋତା ପିନ୍ଧିଥିବା ଏହି ମହିଳା ଜଣଙ୍କ ଏତେ ଭଲ Bowling କରିଛନ୍ତି ଯାହାକୁ ଦେଖିଲେ ଭଲ ଭଲ ଖେଳାଳି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଅଭିନେତା ରିତେଶ ଦେଶମୁଖ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ ରିଟ୍ବିଟ୍ କରି ସେୟାର କରିଛନ୍ତି । ଯେଉଁଥିରେ ଏକ ଭିଡିଓ ମଧ୍ୟ ଅଛି ଏବଂ ଏହି ଭିଡିଓରେ ସଂପୃକ୍ତ ମହିଳା ଜଣଙ୍କ ନଜର ଆସିଛନ୍ତି । ଏହି ପୋଷ୍ଟରେ ଜଣେ ବ୍ୟକ୍ତି ଲେଖିଛନ୍ତି – ‘ହାଏ ଟ୍ବିଟର, ଶାଢୀରେ ବୋଲିଂ ଷ୍ଟ୍ରାଇକ୍ କରୁଥିବା ମୋ ଜେଜେମା’ଙ୍କୁ ଦୟାକରି ପ୍ରଶଂସା କରନ୍ତୁ, ସେ ତାଙ୍କ ମାସ୍କ ଉପରେ ମଧ୍ୟ ଧ୍ୟାନ ରଖିଥିବା ଦେଖିବାକୁ ମିଳିଛି ।’ ଏହି ଭିଡିଓରେ ଭଲ ଷ୍ଟ୍ରାଇକ୍ ପରେ କ୍ୟାମେରା ପଛରୁ ତାଙ୍କୁ ଅନେକ ଲୋକ ଚିୟର କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ଦେଖି ରିତେଶ ଦେଶମୁଖ ପ୍ରଭାବିତ ହୋଇଥିଲେ ଏବଂ ସେ ଏହି ବ୍ୟକ୍ତିଙ୍କ ପୋଷ୍ଟକୁ ରିଟ୍ବିଟ୍ କରି ତାଙ୍କ ଜେଜେମା’ଙ୍କୁ ‘ବସ୍ ଲେଡି’ ବୋଲି ସମ୍ବୋଧନ କରିଛନ୍ତି । ସେପଟେ ରିତେଶଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ଏବଂ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସମସ୍ତେ ଏହି ମହିଳାଙ୍କ ପ୍ରଶଂସା କରୁଛନ୍ତି । ସେପଟେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଏହି ବୟସରେ ଏହି ମହିଳାଙ୍କ ପ୍ରତିଭାକୁ ଦେଖି ଏହି ‘ଦାଦିମା’ ଇଣ୍ଟରନେଟ୍ ସେନସେସନ ହୋଇସାରିଛନ୍ତି ।

   Related Posts