କ୍ୟାନସରର କାଲି ଚାଲିଯାଇଥିଲେ ଇରଫାନ୍, ଆଜି ଚାଲିଗଲେ ଋଷି

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦।୪: କ୍ୟାନସରରେ ପୀଡିତ ବଲିଉଡର ପ୍ରସିଦ୍ଧ ଅଭିନେତା ଋଷି କପୁରଙ୍କ ପରଲୋକ ହୋଇଛି । ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ନିଧନ ହୋଇଛି । ତାଙ୍କ ପରଲୋକରେ ସାରା ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ବୁଧବାର ଦିନ ଅଭିନେତା ଇରଫାନ ଖାନ୍‌ଙ୍କ ପରଲୋକ ହୋଇଥିଲା । ଇରଫାନ୍ ମଧ୍ୟ କ୍ୟାନସରରେ ପୀଡିତ ଥିଲେ । ଇରଫାନଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଋଷି କପୁରଙ୍କ ମୃତ୍ୟୁ ସାରା ବଲିଉଡ୍ ଜଗତକୁ ଶୋକରେ ଭସାଇ ଦେଇଛି ।

{"id":262356,"sizeSlug":"large"}

ଦୁଇ ଦୁଇ ଜଣ ଖ୍ୟାତନାମା ଅଭିନେତାଙ୍କ ଦେହାନ୍ତ ବଲିଉଡ୍ ଜଗତରେ ଅପୂରଣୀୟ ସ୍ଥାନ ସୃଷ୍ଟି କରିଛି । ଋଷି କପୁରଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି । ସୋସିଆଲ ମିଡିଆରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି । ହିନ୍ଦୀ ସିନେମାରେ ଋଷି କପୁରଙ୍କ ଏକ ବଡ ଅବଦାନ ରହିଛି । ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଥିଲେ ।

{"id":262357,"sizeSlug":"large"}

୨୦୧୮ ମସିହାରେ ଋଷି କପୁର କର୍କଟ ରୋଗରେ ପୀଡିତ ଥିବା ଜଣାପଡିଥିଲା । ଏହାପରେ ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ନ୍ୟୁୟର୍କରେ ରହି ଚିକିତ୍ସା କରାଇଥିଲେ । ମାତ୍ର ସେ ତାଙ୍କ ରୋଗ ସଂପର୍କରେ କୌଣସି ସୂଚନା ଦେଇନଥିଲେ । କିଛି ମାସ ପରେ ଋଷିଙ୍କ ପରିବାର ପକ୍ଷରୁ ତାଙ୍କୁ କ୍ୟାନସର ହୋଇଥିବା ନେଇ ସ୍ପଷ୍ଟ କରାଯାଇଥିଲା । ସେ ବୋନ୍ ମାରୋ କ୍ୟାନସରରେ ପୀଡିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ସ୍ପଷ୍ଟ କରିଥିଲେ ପରିବାରଲୋକ । ଗତ ବର୍ଷ ସେପ୍ଟେମ୍ବରରେ ଋଷି କପୁର ଆମେରିକାରୁ ଭାରତ ଫେରିଥିଲେ । ଋଷି କପୁର ଚିକିତ୍ସା ପାଇଁ ନ୍ୟୁୟର୍କରେ ଥିବାବେଳେ ତାଙ୍କ ପତ୍ନୀ ନୀତୁ ସିଂ ତାଙ୍କ ସହିତ ରହିଥିଲେ ।

{"id":262358,"width":576,"height":659,"sizeSlug":"large"}

ଅପ୍ରେଲ ୨୯ ତାରିଖରେ ବଲିଉଡ୍ ଅଭିନେତା ଇରଫାନ ଖାନଙ୍କୁ ହରାଇଥିଲା । ଇରଫାନଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଅର୍ଥାତ୍ ଅପ୍ରେଲ ୩୦ ତାରିଖରେ ଋଷି କପୁର ବିଦାୟ ନେଇଛନ୍ତି । ଦୁଇ ଭେଟେରାନ୍ ଅଭିନେତାଙ୍କୁ ହରାଇବା ପରେ ସାରା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ କ୍ଷତି ହୋଇଛି । ଇରଫାନ୍ ଖାନ୍ ମଧ୍ୟ କ୍ୟାନସରରେ ପୀଡିତ ଥିଲେ । ଦୁଇ ଭେଟେରାନ୍ ଅଭିନେତା ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ପୀଡିତ ଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.