ଆଉ ଜଣେ ଅଭିନେତାଙ୍କ ନିଧନ : ଅସୁସ୍ଥତା ଯୋଗୁଁ ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା

Published By : Prameya-News7 Bureau | July 12, 2020 IST

ମୁମ୍ବାଇ ୧୨/୦୭ : ୨୦୨୦ ମସିହା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଅଦୁଖଦ ପ୍ରମାଣିତ ହୋଇଛି | ବର୍ଷର ପ୍ରଥମ ୬ ମାସରେ ଋଷି କପୁର, ଇରଫାନ ଖାନ, ସୁଶାନ୍ତ ସିଂହ ରାଜପୁତ, ୱାଜିଦ ଖାନ, ବାସୁ ଚାଟାର୍ଜୀ, ସରୋଜ ଖାନ ଏବଂ ଅନେକ ଟିଭି କଳାକାର ଦୁନିଆକୁ ସବୁଦିନ ପାଇଁ ଅଲବିଦା କରିଛନ୍ତି | ଆଉ ଜଣେ ବଲିଉଡ଼ ଅଭିନେତାଙ୍କର ଅକାଳ ବିୟୋଗ ଘଟିଛି । ସେ ହେଉଛନ୍ତି ରଞ୍ଜନ ସେହଗଲ। ମାତ୍ର ୩୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି । ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି |

{"id":299375,"sizeSlug":"large"}

ସେ ଶାହାରୁଖ ଖାନଙ୍କ ଜିରୋ, ଏବଂ ଐଶ୍ବର୍ଯ୍ୟା ରାୟଙ୍କ ସରବଜିତ ଫିଲ୍ମରେ ଅଭିନୟ କରିଥିଲେ । ଏଥିସହତି ପଞ୍ଜାବୀ ଫିଲ୍ମରେ ସେ ଖୁବ ଲୋକପ୍ରିୟ ଥିବା ବେଳେ ଏକାଧିକ ଟିଭି ସିରିୟଲରେ ମଧ୍ୟ ସେ ଆସିଥିଲେ। ସାବଧାନ ଇଣ୍ଡିଆ, କ୍ରାଇମ ପାଟ୍ରୋଲ, ଗୁସ୍ତାଖ ଦିଲ୍  ଭଳି ସିରଏଲରେ ସେ ଅଭିନୟ କରିଥିଲେ ।  ଅସୁସ୍ଥ ଥିବା ବେଳେ ତାଙ୍କର ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା । ଫଳରେ ତାଙ୍କର ବିୟୋଗ ଘଟିଛି ।

{"id":299374,"width":571,"height":385,"sizeSlug":"large"}

ସୂଚନାଯୋଗ୍ୟ ଯେ, ରଞ୍ଜନ ସେହଗଲଙ୍କ ନିଧନ ଜୁଲାଇ ୧୧ ତାରିଖ, ଶନିବାର ସକାଳେ ହୋଇଥିଲା | ରଞ୍ଜନ ସେହଗଲଙ୍କ ଦେହାନ୍ତରେ ଫିଲ୍ମ ଟିଭି ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଟ୍ବିଟ କରି ଶୋକ ପ୍ରକାଶ କରାଯାଇଛି । ରଞ୍ଜନ ସେହଗଲଙ୍କ ଘର ଚଣ୍ଡୀଗଡ଼ରେ | ସେ ପଞ୍ଜାବୀ ଫିଲ୍ମ 'ୟାରା ଦା କେଚଅପ' ଓ 'ଆତଶବାଜି ଇସ୍କ'ରେ ମଧ୍ୟ କାମ କରିଥିଲେ | ସେ ପଞ୍ଜାବୀ ଥିଏଟର ମଧ୍ୟ କାମ କରିଛନ୍ତି | ପଞ୍ଜାବୀ ଥିଏଟରରେ ସେ ବହୁତ ଆକ୍ଟିଭ | ଏତେ କମ ବୟସରେ ତାଙ୍କର ନିଧନ ହୋଇଥିବାରୁ ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକ ବହୁତ ଦୁଖୀ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.