କରୋନା କାଳରେ ଯୋଦ୍ଧା ସାଜିଲେ ଅଭିନେତା ରଣଦୀପ ହୁଡ୍ଡା: ଏନଜିଓ ସହ ମିଶି କରୁଛନ୍ତି ଲୋକଙ୍କୁ ସାହାଯ୍ୟ

Published By : Prameya-News7 Bureau | May 04, 2021 IST

ମୁମ୍ବାଇ ୦୪/୦୫ : କରୋନା ମହାମାରୀରେ ଲୋକଙ୍କୁ ଲଗାତାର ସାହାଯ୍ୟ କରୁଛନ୍ତି ଅଭିନେତା ସୋନୁ ସୁଦ। ସୋନୁ ସୁଦଙ୍କୁ ନାଁ ଦେଶ ବିଦେଶରେ ଜଣାଶୁଣା। ସୋନୁ ସୁଦଙ୍କ ସହ ଆଉ କିଛି ବଲିଉଡ ସେଲିବ୍ରିଟି ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ପ୍ରିୟଙ୍କା ଚୋପ୍ରା, ଅଜୟ ଦେବଗନ, ଅକ୍ଷୟ କୁମାର, ଟ୍ୱିଙ୍କଲ ଖାନ୍ନା, ଆଲିଆ ଭଟ୍ଟ ଓ ଆହୁରି ଅନେକ ସେଲିବ୍ରିଟି ନିଜ ତରିକାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ବର୍ତ୍ତମାନ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ମଧ୍ୟ ଏହି ମହତ କାର୍ଯ୍ୟରେ ଯୋଡି ହୋଇଯାଇଛନ୍ତି।

ଦେଶ କରୋନା ଭାଇରସର ଦ୍ୱିତୀୟ ଲହର ସହ ଲଢେଇ କରୁଛି। ଏହିଭଳି ସଙ୍କଟ ସମୟରେ ରଣଦୀପ ହୁଡ୍ଡା ଏନଜିଓ ଖାଲସା ଏଡ଼ ସହ ମିଶି ଆବଶ୍ୟକୀୟ ଲୋକଙ୍କୁ ଅକ୍ସିଜେନ କନଷ୍ଟ୍ରେଟର୍ସ ଯୋଗାଇବା ଦାୟିତ୍ୱ ନେଇଛନ୍ତି. ଏହି ଏନଜିଓ ୭୦୦ ଅକ୍ସିଜେନ କନଷ୍ଟ୍ରେଟର୍ସ ଆବଶ୍ୟକୀୟ ଲୋକଙ୍କୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ରଣଦୀପ ହୁଡ୍ଡା ସୋସିଆଲ ମିଡ଼ିଆରେ ନିଜ ପ୍ରଶଂସକଙ୍କୁ ଏହି ମହତ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ସେମାନଙ୍କୁ ମଧ୍ୟ ଏହି ମହତ କାର୍ଯ୍ୟରେ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି।

wp:html
/wp:html

ରଣଦୀପ ହୁଡ୍ଡା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପ୍ସନ ଲେଖିଛନ୍ତି, "ଭାରତ ଏହି ଘାତକ ମହାମାରୀକୁ ସାମ୍ନା କରୁଛି। ଅକ୍ସିଜେନ ନ ପାଇଁ ଲୋକ ପ୍ରାଣ ହରାଉଛନ୍ତି। ଚାଲ, ଦେଶକୁ କୋଭିଡ୍ ସହ ଲଢେଇ କରିବାରେ ଓ ଜୀବନ ବଞ୍ଚାଇବାକୁ ଏକଜୁଟ ହେବା। @khalsaaid_india ଅକ୍ସିଜେନ ପ୍ରଦାନ କରୁଛି। ଆମେ ଆପଣମାନଙ୍କୁ ଅନୁରୋଧ ଆଗେଇ ଆସି ଲୋକଙ୍କୁ ସାହାଯ୍ୟ କରନ୍ତୁ।"

ଏହା ପୂର୍ବରୁ ରଣଦୀପ ହୁଡ୍ଡା ଖାଲସା ଏଡ଼ ସହ ମିଶି ଅନେକ ମହତ କାର୍ଯ୍ୟ କରିଛନ୍ତି। କେରଳ ବନ୍ୟା ପ୍ରଭାବିତ ଅଞ୍ଚଳ, ମହାରାଷ୍ଟ୍ର ମରୁଡି ପ୍ରଭାବିତ ଅଞ୍ଚଳରେ ଭୋଜନ ପ୍ରଦାନ କରିବା ଓ ସମୁଦ୍ରତଟ ସଫେଇ ଅଭିଯାନରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.