Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୩୦କିଲୋ ଓଜନ ଥିବା ଏହି ଅଭିନେତାଙ୍କ ନୂଆ ଲୁକ୍ ଦେଖନ୍ତୁ : ଆପଣଙ୍କୁ ବି ମିଳିବ ପ୍ରେରଣା, ଓଜନ କମ୍‌ କରିବା ପାଇଁ ୧୬ ଘଣ୍ଟା ରହୁଥିଲେ ଉପବାସ

1/09/2019 at 2:09 PM

ମୁମ୍ବାଇ୧|୯: ଅଭିନେତା ରାମ କପୁର ନିଜ ଫିଟ୍‌ନେସ ପାଇଁ ଦୀର୍ଘ ସମୟ ଧରି କାମ କରୁଥିଲେ। ୨୦୧୭ ମସିହାରେ ଜିମ୍‌ରେ କସରତ କରୁଥିବା ଅନେକ ଫଟୋ ସେୟାର କରିଥିଲେ। ଓଜନ କମେଇବା ରାମ କପୁରଙ୍କ ପାଇଁ କିଛି ସହଜ କଥା ନଥିଲା। ପ୍ରଥମେ ରାମ କପୁରଙ୍କ ଓଜନ ୧୩୦ କିଲୋ ଥିଲା। ସେ ୨୫-୩୦ କିଲୋ କମେଇବା ପାଇଁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ନିଜ ବ୍ୟସ୍ତବହୂଳ ଜୀବନରୁ ମସୟ ବାହାର କରିବା ଆବଶ୍ୟକ ଥିଲା।

ଏକ ସାକ୍ଷାତକାରରେ ସେ ଓଜନ କମେଇବା ବିଷୟରେ ସୂଚନା ଦେଇଛନ୍ତି। ପ୍ରଥମେ ସେ ସକାଳେ ଉଠି ଖାଲି ପେଟରେ ୱେଟ୍‌ ଲିଫ୍ଟିଂ କରନ୍ତି। ରାତିରେ ଶୋଇବା ପୂର୍ବରୁ କାର୍ଡିଓ କରୁଥିଲେ। ୮ ଘଣ୍ଟା ମଧ୍ୟରେ କମ ଖାଦ୍ୟ ଖାଉଥିଲେ। ବାକି ୧୬ ଘଣ୍ଟା ସେ ଖାଦ୍ୟ ଖାଉନଥିଲେ। ସେ ଜାଣିଥିଲେ ଯେ, ଏହା ତାଙ୍କ ପାଇଁ ବହୁତ କଠିନ କାର୍ଯ୍ୟ ।

ତଥାପି ସେ ଓଜନ କମେଇବା ପାଇଁ ଦୃଢ  ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ଅଭିଯାନ ବେଳେ ଲମ୍ବା ସମୟ ପର୍ଯ୍ୟନ୍ତ କାମରୁ ଦୂରାଇ ରହିବା ମଧ୍ୟ କଷ୍ଟକର ହୋଇଥିଲା। ନିଜ କ୍ୟାରିଅରର ୧୦ ବର୍ଷ ମଧ୍ୟରେ ସେ ଖୁବ୍‌ ଅସୁସ୍ଥ ବ୍ୟକ୍ତି ଥିଲେ। ସେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ କାରଣ ତାଙ୍କୁ ଦର୍ଶକ ସେମିତି ସ୍ବୀକାର କରିଥିଲେ।

ରାମ କପୁର କହିଛନ୍ତି ଯେ, ଦର୍ଶକ ଓ ଇଣ୍ଡଷ୍ଟ୍ରି ଉଭୟ ତାଙ୍କୁ ଅଧିକ ଓଜନ ସହ ଗ୍ରହଣ କରିଥିଲେ ସତ ହେଲେ ଜଣେ ଅଭିନେତାକୁ ସବୁବେଳେ ଫିଟ୍‌ ରହିବା ଜରୁରୀ। ସେ ନିଷ୍ପତ୍ତି ନେଲେ ଯେ, ତାଙ୍କୁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାର ଅଛି। ଗତ ୧୦ବର୍ଷ ହେଲା ତାଙ୍କୁ ଯେମିତି ଭୂମିକା ମିଳୁଥିଲା ଏବେ ଓଜନ କମାଇବା ପରେ ସେ ଆଉ ସେମିତି ଭୂମିକାରେ ଅଭିନୟ କରିବେ ନାହିଁ। ଏଥି ପାଇଁ ସମୟ ଲାଗିପାରେ। କିନ୍ତୁ ଏହି ଜିନିଷ ତାଙ୍କ ଟ୍ରାନ୍ସଫର୍ମେଶନର ମୁଖ୍ୟ କାରଣ ଯାହା ତାଙ୍କୁ ଓଜନ କମେଇବା ପାଇଁ ଉତ୍ସାହିତ କରିଥିଲା।   

   Related Posts